Pratidin TV

Odisha's Digital News Platform

୯୦ ବର୍ଷ ବୈଜୟନ୍ତୀମାଲା ଅଯୋଧ୍ୟ୍ୟରେ ରାମଲାଲାଙ୍କ ସାମ୍ନାରେ କଲେ ଭାରତନାଟ୍ୟମ୍‌

1 min read

ପଚାଶ ଓ ଷାଠିଏ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ବୈଜୟନ୍ତୀମାଲାଙ୍କ ନୃତ୍ୟ ଏବେ ଜୋରଦାର ଭାବରେ ଅଛି ଚର୍ଚ୍ଚାରେ | ଅଭିନେତ୍ରୀ ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ପ୍ରତିଷ୍ଠା ହୋଇଥିଲା | ଏହାପରେ ଜାନୁଆରୀ ୨୬ରୁ ‘ରାଗସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ର ଜଣାଶୁଣା କଳାକାରଙ୍କ ସମେତ ବହୁ କଳାକାର ଯୋଗ ଦେଇସାରିଛନ୍ତି। ବୈଜୟନ୍ତୀମାଲା ‘ରାଗସେବା’ରେ ଅଂଶଗ୍ରହଣ କରିଥିଲେ | ଏବଂ ସେ ଭାରତନାଟ୍ୟମ୍‌ ପରିବେଷଣ କରିଥିଲେ | ତେବେ ଏହି ଭିଡ଼ିଓ ମଧ୍ୟ ହୋଇଥିଲା | ପରେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖେଳି ଯାଇଥିଲା |

ଆଶ୍ଚର୍ଯ୍ୟର କାରଣ ଯେ, ଅଭିନେତ୍ରୀ ବୈଜୟନ୍ତୀମାଲାଙ୍କ ବୟସ ୯0 ବର୍ଷ | ଏବଂ ଏହି ବୟସରେ କେହି ନାଚିବା ତ’ ଦୂରର କଥା କେହି ଚାଲିବା ପାଇଁ ମଧ୍ୟ ସକ୍ଷମ ହୋଇନଥାନ୍ତି | କିନ୍ତୁ ବୈଜୟନ୍ତୀମାଲା ଏହି ବୟସରେ ସୁନ୍ଦର ଭାବରେ ଭାରତନାଟ୍ୟମ୍‌ ରାମଲାଲାଙ୍କ ସାମ୍ନାରେ ପରିବେଷଣ କରିଥିଲେ | ତାଙ୍କର ବୟସ ଓ ନୃତ୍ୟୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ସତ ହେଲେ ପ୍ରଶଂସକ ମାନଙ୍କୁ କରେଇଥିଲା ଉତ୍ସାହିତ |

Advertisement

Leave a Reply

Your email address will not be published. Required fields are marked *