Pratidin TV

Odisha's Digital News Platform

୯୩ ବର୍ଷରେ ପଞ୍ଚମ ବିବାହ କରିଲେ ମିଡିଆ ଟାଇକୁନ୍ ରୁପର୍ଟ ମୁଦ୍ରୋକ..

1 min read

ପ୍ରେମ ମାନେ ନାହିଁ ବୟସ। ଏକଥାକୁ ଏବେ ପ୍ରମାଣିତ କରି ଦେଖାଇଛନ୍ତି ମିଡିଆ ଟାଇକୁନ୍ ରୁପର୍ଟ ମୁଦ୍ରୋକ। ୯୩ ବର୍ଷରେ ପଞ୍ଚମ ଥର ବିବାହ କରିଲେ ରୁପର୍ଟ ମୁଦ୍ରୋକ।  ଜୁନ ୧ ତାରିଖରେ ୬୭ ବର୍ଷୀୟା ବାନ୍ଧବୀ ଏଲିନା ଜୁକୋଭାଙ୍କୁ କାଲିଫର୍ନିଆର ବେଲ୍‌‌ ଏୟାରସ୍ଥିତ ଭାଇନୟାର୍ଡ ଇଷ୍ଟେଟରେ ବିବାହ କରିଛନ୍ତି। ମର୍ଡୋକଙ୍କ କମ୍ପାନୀ ନ୍ୟୁଜ କର୍ପ ବିବାହ ସମୟର କିଛି ଫଟୋ ଶେୟାର କରି ଏ ନେଇ ସ୍ପଷ୍ଟ କରିଛି। ଗତ ମାର୍ଚ୍ଚରେ ମର୍ଡୋକ ଏବଂ ଏଲିନାଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପର୍ନ୍ନ ହୋଇଥିଲା। ଏଲେନା ହେଉଛନ୍ତି ଜଣେ ଅବସରପ୍ରାପ୍ତ ବୈଜ୍ଞାନିକ। ତୃତୀୟ ପତ୍ନୀ ୱେଣ୍ଡି ଡେଙ୍ଗଙ୍କ ଦ୍ୱାରା ଆୟୋଜିତ ଏକ ପାରିବାରିକ ସମାବେଶରେ ମର୍ଡୋକ ଜୁକୋଭାଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ସେ ଏଲେନାଙ୍କ ପ୍ରେମରେ ପଡିଯାଇଥିଲେ।

ଗତ ବର୍ଷ ଏପ୍ରିଲ ମାସରେ ରୁପର୍ଟ ଏଲେନାଙ୍କୁ ଡେଟ୍‌ କରୁଥିବା ଖବର ସାମ୍ନାକୁ ଆସିଥିଲା। ଏହି ଖବର ସାମ୍ନାକୁ ଆସିବାର ୪ ମାସ ପୂର୍ବରୁ ହିଁ ମର୍ଡୋକ ରେଡିଓ ହୋଷ୍ଟ ଏନ୍ ଲେସଲି ସ୍ମିଥଙ୍କ ସହ ନିର୍ବନ୍ଧକୁ ଭାଙ୍ଗି ଦେଇଥିଲେ। ମର୍ଡୋକ ଓ ଲେସ୍‌ଲି ସ୍ମିଥଙ୍କ ନିର୍ବନ୍ଧ ହେବାର ଦୁଇ ସପ୍ତାହ ପରେ ପରେ ହିଁ ବ୍ରେକ୍‌ଅପ୍‌ ହୋଇ ଯାଇଥିଲା।ଏହାପୂର୍ବରୁ ରୁପର୍ଟ ମୁର୍ଡୋକ ୪ ଥର ବିବାହ କରିସାରିଛନ୍ତି। ମର୍ଡୋକ ୨୫ ବର୍ଷ ବୟସରେ ୧୯୫୬ରେ ପ୍ରଥମ ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ପାଟ୍ରିସିଆ ବୁକର। ବୁକର ଜଣେ ଅଷ୍ଟ୍ରେଲୀୟ ବିମାନ ସେବିକା। ୧୯୬୭ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା। ସେହିବର୍ଷ ମର୍ଡୋକ୍‌‌ ସ୍କଟିସ୍‌‌ ସାମ୍ବାଦିକା ଆନ୍ନା ମାରିଆ ଟର୍ଭଙ୍କୁ ୨ୟ ବିବାହ କରିଥିଲେ। ୧୯୯୯ ସେମାନଙ୍କର ବିଚ୍ଛେଦ ହୋଇଥିଲା। ଏହା ପରେ ମର୍ଡୋକ୍‌‌ ୧୯୯୯ରେ ୱେଣ୍ଡି ଡେଙ୍ଗ ୩ୟ ଏବଂ ୨୦୧୬ରେ ପୂର୍ବତନ ମଡେଲ ଜେରି ହାଲଙ୍କୁ ୪ର୍ଥ ବିବାହ କରିଥିଲେ। ୨୦୨୨ରେ ଚତୁର୍ଥ ପତ୍ନୀ ଜେରୀ ହାଲଙ୍କ ଠାରୁ ଅଲଗା ହୋଇଯାଇଥିଲେ ଏହି ମିଡିଆ ଟାଇକୁନ୍‌। ସେ ଅଷ୍ଟ୍ରେଲିଆର ଫ୍ଲାଇଟ୍ ଆଟେଣ୍ଡାଣ୍ଟ ପାଟ୍ରିସିଆ ବୁକର୍, ସ୍କଟଲ୍ୟାଣ୍ଡରେ ଜନ୍ମିତ ସାମ୍ବାଦିକା  ରୁପର୍ଟଙ୍କ ମୋଟ ୬ଟି ପିଲା ଅଛନ୍ତି।

Advertisement

Leave a Reply

Your email address will not be published. Required fields are marked *