Pratidin TV

Odisha's Digital News Platform

ଭାରତ ଇତିହାସରେ ପ୍ରଥମ : ୯୪ ବର୍ଷିୟ ବୃଦ୍ଧା ଜିତିଲେ ସ୍ୱର୍ଣ୍ଣ ପଦକ

1 min read

ନୂଆଦିଲ୍ଲୀ : ଭାରତପାଇଁ ସ୍ୱର୍ଣ୍ଣ ,ରୈପ ପଦକ ଜିତି ଯୁବପିଢିମାନେ ଦେଶକୁ ଗୌରବାନ୍ନିତ କରୁଛନ୍ତି ।ଯେପରି ନିରଜା ଚୋପ୍ରା ,ମୀରାବାଇ ଚନ୍ନୁ ,ରବି କୁମାର ଓ ପିଭି ସିନ୍ଧୁ ୨୦୨୨ ରେ ଭାରତର ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଜଣେ ୯୪ ବର୍ଷିୟ ବୃଦ୍ଧା ମହିଳା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଏକ ଭିନ୍ନ ଇତିହାସ ରଚିଛନ୍ତି ।
ନାମ ତାଙ୍କର ଭଗୱାନ ଦେବୀ ,ବିଶ୍ୱ ମାଷ୍ଟର୍ସ ଆଥେଲେଟିକ୍ସ ଚାମ୍ପିଅନସିପ୍ ୨୦୨୨ ରେ ରଚିତ ହୋଇଥିବା ୧୦୦ ମିଟର ଦୈାଡରେ ଉତ୍ତୀର୍ଣ୍ଣ ହୋଇ ସାରା ବିଶ୍ୱକୁ ଚକିତ କରିଦେଇଛନ୍ତି ।

ସେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୪.୭୪ ସେକେଣ୍ଡରେ ୧୦୦ ମିଟର ଦୈାଡରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ସହ ସେ ଆଉ ଏକ ବ୍ରୋନ୍‌ଜ ପଦକ ପଦକ ସଟ୍ ଫୁଟ୍ ମାଧୟମରେ ଜିତିଥିଲେ ।ତେବେ ଏହି ବୃଦ୍ଧା ଅବସ୍ଥାରେ ତାଙ୍କ ବୟସର ଲୋକେ ବିଶ୍ରାମ ନେଉଥିବା ବେଳେ ସେ ଏହି ଚତ୍ମକାରିତା ଦେଖାଇଛନ୍ତି । ଯାହା ଭାରତ ପାଇଁ ବଡ ଗର୍ବ ଓ ଗୌରବର କଥା । ଏହି ଘଟଣା ପରଠୁ ଲକ୍ଷ ଲକ୍ଷ ଅଭିନନ୍ଦନର ସୁଓ ଭାସିଆସିଛି ତାଙ୍କ ନିକଟକୁ ।

Advertisement

Leave a Reply

Your email address will not be published. Required fields are marked *