ପ୍ରେମ ଆଗରେ ହାରମାନିଲା ବୟସ : ୯୦ ବର୍ଷର ବରକୁ ୯୫ ବର୍ଷର କନିଆଁ ..
1 min readପ୍ରେମ ଶାଶ୍ବତ । ପ୍ରେମ ମାନେନା ବୟସ,ଜାତି,ସୀମା ସରହଦ । ଏହା ସର୍ବଦା ସଦ୍ୟ ନୂତନ। ପ୍ରକୃତିର ସିନା ଛଅ ଋତୁ, ହେଲେ ସେଥିରେ ପ୍ରେମର ଋତୁ ମିଶିଲା ପରେ ହୋଇଯାଏ ସାତ ଋତୁ। ‘ପ୍ରେମ’ ଏକ ଏମିତି ଶକ୍ତିଶାଳୀ ଭାବପ୍ରବଣତା ଯାହା ରୋକିବା କଷ୍ଟକର। କେତେବେଳେ କାହାକୁ ପ୍ରେମ ହୋଇଯାଏ, ତାହା କେହି ଜାଣିପାରନ୍ତି ନାହିଁ। ପ୍ରେମ ପାଇଁ ନା କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଥାଏ ନା ଥାଏ କୌଣସି ବୟସ ମାପକାଠି। ଦୁଇ ହୃଦୟର ମିଳନରୁ ଗଢ଼ିଉଠେ ପ୍ରେମ। ଏମିତି ଏକ ନିଚ୍ଛକ ପ୍ରେମର ଉଦାହରଣ ଦେଖିବାକୁ ମିଳିଛି ଆଫ୍ରିକୀୟ ରାଷ୍ଟ୍ର କେନିଆରେ । ଦୀର୍ଘ ୬୦ବର୍ଷର ପ୍ରେମ ସମ୍ପର୍କ ସଫଳ ହୋଇଛି। ଆଫ୍ରିକୀୟ ରାଷ୍ଟ୍ର କେନିଆର ମୁକୁରୱିନି ସହରରେ ଜଣେ ୯୫ବର୍ଷୀୟ ବୃଦ୍ଧ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
ତାଙ୍କ ପତ୍ନୀଙ୍କ ବୟସ ୯୦ବର୍ଷ ହେବ। ଇବ୍ରାହିମ ଏମବୋଗୋ ନାମକ ଏହି ବୃଦ୍ଧ ଗତ ରବିବାର ସ୍ଥାନୀୟ ଚର୍ଚ୍ଚରେ ବାନ୍ଧବୀ ତାବିଥା ୱାଙ୍ଗୁଇଙ୍କୁ ବିବାହ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଇବ୍ରାହିମ କହିଛନ୍ତି ଯେ ୧୯୯୬୦ରେ ସେମାନେ ପରସ୍ପରକୁ ଭେଟିଥିଲେ। ସେହିଦିନଠାରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ତେବେ ପରିଣତ ବୟସରେ ବିବାହ କରି ସେମାନେ ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିବାକୁ ସେମାନେ ପାରମ୍ପରିକ ରୀତିରେ ବିବାହ କରିଥିବା ଇବ୍ରାହିମ୍ କହିଛନ୍ତି। ତାବିଥା କହିଛନ୍ତି ଯେ ସ୍ୱାମୀଙ୍କୁ ସମ୍ମାନ ଜଣାଇବା ପ୍ରତ୍ୟେକ ପତ୍ନୀଙ୍କ କର୍ତ୍ତବ୍ୟ। ଏହି ଧାରା ବଜାୟ ରହିଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ।