(ଭିଡିଓ)ସ୍ୱାମୀ ଘର ଆଗରେ ସ୍ତ୍ରୀର ଧାରଣାଦେବା ଘଟଣା : ମାସେ ହେଲାଣି ମିଳୁନି ଅଧିକାର , ଟିନା ଆଣିଲେ ଏଭଳି ସଙ୍ଗୀନ ଅଭିଯୋଗ ..
1 min readଗଞ୍ଜାମ : ଶାଶୁ ଘର ଆଗରେ ବୋହୂର ଧାରଣାକୁ ମାସେ ବିତିଲାଣି ।ଶାଶୁ ଘର ଲୋକେ ବୋହୂକୁ ସ୍ୱୀକୃତି ଦେବା ତ ଦୂରର କଥା ଗୁଣି କରି ମାରି ଦେବା କୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି ବିହୁ ଟିନା ରାଣୀ।ଗଞ୍ଜାମ ଭଞ୍ଜନଗର ବ୍ଲକ ଗାଲେରୀ ଗାଁ ର ଘଟଣା ।ଆଜକୁ ଏକ ମାସ ପୂର୍ବରୁ ବ୍ରହ୍ମପୁର ର ଟିନା ରାଣୀ ସାହୁ ନିଜ ପ୍ରେମିକକୁ ପାଇବା ପାଇଁ ଶଶୁର ଘର ବାରଣ୍ଡାରେ ଧାରଣା ଦେଇଥିଲେ।ଧାରଣା ଦେବାର ଛଅ ଦିନ ପରେ ପ୍ରେମିକା ଟିନା ରାଣୀଙ୍କୁ ପ୍ରେମିକ ଦୁଷ୍ମନ୍ତ ସାହୁ ଙ୍କ ପରିବାର ଲୋକଙ୍କ ସହମତିରେ ଗାଁ ଦାଣ୍ଡରେ ସର୍ବ ସମ୍ମୁଖରେ ବିବାହ କରିଥିଲେ।
ବିବାହ କରିବା ପରେ ଦୁଷ୍ମନ୍ତ ଟିନାକୁ ନେଇ ବ୍ରହ୍ମପୁର ରେଳ ଷ୍ଟେସନରେ ଛାଡି ଦେଇ ଚାଲି ଆସିଥିଲେ।ପୁଣି ଟିନା ରାଣୀ ସ୍ୱାମୀ ଦୁଷ୍ମନ୍ତଙ୍କ ଘର ଆଗରେ ଧାରଣା ଦେଇଥିଲେ।ଧାରଣାର ଦୁଇଦିନ ପରେ ଗାଁ ଲୋକଙ୍କ ଉପସ୍ଥିତିରେ ଦୁଷ୍ମନ୍ତଙ୍କ ଦୋକାନ ଘର ତାଲା ଭାଙ୍ଗି ସେଠି ରହୁଥିଲେ ଟିନା।କିନ୍ତୁ ସେହି ଘରେ ଗୁଣି କରି ମାରି ଦେବାକୁ ଶାଶୁ ଘର ଲୋକେ ଉଦ୍ୟମ କରୁଥିବା ଟିନା ଅଭିଯୋଗ କରିଛନ୍ତି।ସେ କହିଛନ୍ତି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇଯିବାରୁ ଅସୁସ୍ଥ ହୋଇ ଯିବାରୁ ଗାଁ ଲୋକେ ପୋଲିସ ସହାୟତାରେ ମେଡିକାଲରେ ନେଇ ଭର୍ତି କରିଥିଲେ।
ଆଜି ଦୁଷ୍ମନ୍ତ ଙ୍କ ପରିବାର ଲୋକେ ବୋହୁ ରୂପେ ସ୍ୱୀକାର କରିବା ପାଇଁ ସମାଜସେବୀ ପ୍ରମିଳା ତ୍ରିପାଠୀ ଡାକିଥିଲେ କିନ୍ତୁ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ।ଯେଉଁ ଦିନ ଯାଏଁ ଆଇନ ଅନୁଯାୟୀ ବୋହୂର ସ୍ୱୀକୃତି ଦେଇନାହାନ୍ତି ଧାରଣାରେ ବସିବେ ବୋଲି କହିଛନ୍ତି ଟିନା।