Pratidin TV

Odisha's Digital News Platform

ଆପେ ଆପେ ଲାଗିଯାଉଛି ନିଆଁ : ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ-ଚକିତ ହେଉଛନ୍ତି ଗ୍ରାମବାସୀ

1 min read

ନୂଆପଡା : ଆପେ ଆପେ ଜଳୁଛି ନିଆଁ ନିଆଁ । ନା କୌଣସି ସର୍ଟସର୍କିଟ ନା କାହାର ଅସାବଧାନତା । ଗୋଟିଏ ଜାଗାରେ ନିଆଁ ଲିଭାଇଲେ ଅନ୍ୟ ଜାଗାରେ ଜଳୁଛି । କୌଣସି ଜ୍ୱଳନ୍ତ ଦ୍ରବ୍ୟ ନଥିବା ବେଳେ ହଠାତ ନିଆଁ ଲାଗିବା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଦେଉଛି । ବିଜ୍ଞାନ ଯୁଗରେ ଏହା ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ଏହି ଅଲୌକିକ ଘଟଣାଟି ସତ । ଏମିତି ଏକ ଘଟଣା ଘଟିଛି ନୂଆପଡା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମ ପଞ୍ଚାୟତର ଭିମାଖୋଲ ଗାଁରେ । ଏହି ଗାଁର ହଳଧର ଛତ୍ରିଆଙ୍କ ଘରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି ।

Advertisement

କୌଣସି କାରଣ ନଥାଇ ହଠାତ ନିଆଁ ଲାଗିଯାଉଛି । ଗୋଟିଏ ଜାଗାରେ ନିଆଁ ଲିଭାଇଲେ ଅନ୍ୟ ଜାଗାରେ ନିଆଁ ଲାଗିଯାଉଛି । ଏମିତିକି ତାଙ୍କଆଲମାରୀରେ ବନ୍ଧ ଥିବା ଅବସ୍ଥାରେ ମଧ୍ୟ ଭିତରେ ନିଆଁ ଲାଗି ନୂଆ ଲୁଗାପଟା ସହ ସଞ୍ଚୟକରି ରଖିଥିବା ଟଙ୍କା ମଧ୍ୟ ଜଳିଯାଇଛି । ଏନେଇ ପରିବାର ଲୋକେ ଭୟଭୀତ ହେବା ସହ ଅନ୍ୟ ମାନେ ଆଶ୍ଚର୍ଯ୍ୟା ହେଉଛନ୍ତି। ଯାହା ସମଗ୍ର ଅଞ୍ଚଳ ସହ ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତ ରବିବାର ଅର୍ଥାତ୍ ୨୯ ଜାନୁଆରୀ ସନ୍ଧ୍ୟା ୬ ଟା ସମୟରେ ହଳଧରଙ୍କ ଦାଣ୍ଡ ଦ୍ୱାରରେ ଥିବା ମଣ୍ଡପର ଗୋଟିଏ ପାର୍ଶ୍ୱରେ ହଠାତ ନିଆଁ ଲାଗିଥିଲା । ତେବେ ପରିବାର ଲୋକେ ନିଆଁକୁ ଆୟତ କରିନେଇଥିଲେ । ଏହାପରଦିନ ସକାଳୁ ଉଠି ଦେଖିଲା ବେଳକୁ ପୁନଶ୍ଚ ସେହି ମଣ୍ଡପର ଅନ୍ୟ ଏକ ପାଶ୍ୱରେ ନିଆଁ ଲାଗିଥିଲା । ତାକୁ ଲିଭାଉଥିବା ବେଳେ , ହଠାତ୍ ବାଡି ପଟରେ ଥିବା ପାଳରେ ନିଆଁ ଲାଗିଯାଇଥିଲା । ଏହାକୁ ଲିଭାଇବାପରେ ପୁଣି ପାଖରେ ଥିବା କୁଟାଗଦାରେ ବିନା କାରଣରେ ନିଆଁ ହୁହୁ ହୋଇ ଜଳିଉଠିଥିଲା । ଏପରି ଭାବରେ ପର୍ଯ୍ୟାୟ କ୍ରମେ ଘରର ସବୁ କପଡ଼ାରେ ନିଆଁ ଲାଗିଲା। ଏପରିକି ଆଲମିରା ଭିତରେ ନିଆଁ ଲାଗି ଆସବାବପତ୍ର ସହ କୋଡିଏ ହଜାର ଟଙ୍କା ପୋଡି ଯାଇଥିବା ପରିବାର ଲୋକେ କହିଛନ୍ତି ।

ଗାଁରେ ଏହା ଏକ ଅଲୌକିକ ଘଟଣା ବୋଲି ଚର୍ଚ୍ଚା ହେଉଥିବା ବେଳେ ଚିନ୍ତାରେ ହଳଧରଙ୍କ ପରିବାର । ପ୍ରକୃତରେ ଏହା କିଛି ଅଲୌକିକ ଘଟଣା ନା ବିଜ୍ଞାନର କିଛି ଚତ୍ମକାର ତାହା ସ୍ପଷ୍ଟ ହୋଇପାରୁନାହିଁ ।

Leave a Reply

Your email address will not be published. Required fields are marked *