ଅଡୁଆରେ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ : ପ୍ରଥମେ ଗିରଫ୍ ତାପରେ ରେଡ୍ , ଜବତ୍ ହେଲା ୧୯ଲକ୍ଷର..
1 min readବଲାଙ୍ଗୀର : ଅଡୁଆରେ ଫସିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ପ୍ରଥମେ ପୁଅ ଅମିତ ସିଂ (ସେଜି)ଗିରଫ୍ ତାପରେ ପଡିଲା ରେଡ୍ ।
ସୂଚନାଯୋଗ୍ୟ ଯେ ୨ ଦିନ ତଳେ ବିଧାୟକଙ୍କ ପୁଅ ଅମିତ୍ ଏକ ଆଲିସାନ ସିନେମା ହଲରେ ମାଲିକଙ୍କ ସହ ପାଟିତୁଣ୍ଡ କରିବା ସହ ସେଠାରେ ଗଣ୍ଡଗୋଳ ଓ ଭଙ୍ଗାରୁଜ୍ଜା କରିଥିଲେ । ଏନେଇ ସିନେମା ହଲ ମାଲିକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅମିତଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ଓଲଟା ବିଧାୟକ ସାଲୁଜା ଓ ତାଙ୍କ ପୁଅ ମିଶି ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ । କିଛି ସମୟ ପରେ ସବୁ ଶାନ୍ତ ପଡିଥିଲା ଏବଂ ସାଲୁଜା ତାଙ୍କ ପୁଅକୁ ନେଇ ଘରକୁ ଯାଇଥିଲେ ।
ଏହାପରେ ସେଇଦିନ ରାତିରେ ସିନେମା ହଲର ମାଲିକ ଅମିତଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସପୃକ୍ତ ଘଟଣାର ତଦନ୍ତ କରି ସାଲୁଜାଙ୍କ ପୁଅ ଅମିତ୍କୁ ଜିମରୁ ଗିରଫ୍ କରିଛି । ତାସହ ଅମିଙ୍କ ଜିମ୍ରେ ଚଢାଉ ମଧ୍ୟ କରିଥିଲା । ପୋଲିସ ଅମିତଙ୍କ ଜିମ୍ରୁ ନଗଦ ୧୯ଲକ୍ଷ ଟଙ୍କା ଏବଂ ବିଭିନ୍ନ ବ୍ରାଣ୍ଡର ମଦ ୧୭ ଲିଟର ମଦ ଜବତ କରିଛି। ପୋଲିସ ବିଧାୟକଙ୍କ ପୁଅ ଅମିତ ସିଂହ ସାଲୁଜାଙ୍କୁ ଗିରଫ କରି ଆଇପିସିର ଧାରା ୩୮୪, ୫୦୬, ୩୫୩ ଓ ଆର୍ମ ଆକ୍ଟରେ ମାମଲା ରୁଜୁ କରିଛି । ବିଧାୟକଙ୍କ ପୁଅ ସମେତ ୬ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।