Pratidin TV

Odisha's Digital News Platform

ଉତ୍ତରାଖଣ୍ଡ ପରେ ଜମ୍ମୁ-କଶ୍ମୀରରେ ଦେଖାଦେଲାଣି ଫାଟ ; ବଢୁଛି ବିପଦ ,ଭୟରେ ଲୋକ …

1 min read

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ଯୋଶୀମଠ ଭଳି ସଙ୍କଟ । ମାଡି ଆସୁଛି ବିପଦ । ଅନେକ ଘରେ ଦେଖାଗଲାଣି ଫାଟ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଉଛି । ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଜୋଷୀମଠ ଭଳି ସଙ୍କଟ ସାମ୍ନାକୁ ଆସିଛି । ଅନେକ ଘରେ ବହୁ ସଂଖ୍ୟକ ଫାଟ ସୃଷ୍ଟି ହୋଇଛି, ଯାହା ପରେ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଜିଲାର ଏକ ଗାଁର ମାଟି ଦବିବାରେ ଲାଗିଛି ।

Advertisement

ପରିବାର ଲୋକଙ୍କୁ ଘରୁ ବାହାର କରି ସୁରକ୍ଷିତ ସ୍ଥାନକୁ ପଠାଯାଉଛି । ଏ ପର୍ଯ୍ୟନ୍ତ ୧୯ଟି ଘର, ୧ଟି ମସ୍‌ଜିଦ ଏବଂ ୧ଟି ମଦ୍ରାସାକୁ ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । କିଛି ସ୍ଥାନରେ ମଧ୍ୟ କୋଠା ଭୁଷୁଡି ପଡିଛି । କିଶ୍ଟୱଡ-ବାଟୋଟ ଜାତୀୟ ରାଜପଥରେ ଡୋଡା ସହରଠାରୁ ୩୫ କିଲୋମିଟର ଦୂରରେ ଥିବା ଥାଥ୍ରି ଅଂଚଳର ନାଇ ବସ୍ତି ଗ୍ରାମରେ ମାଟି ଦବିବା କାରଣରୁ ଘରର କାନ୍ଥରେ ଫାଟ ସୃଷ୍ଟି ହେବା ସହ ଛାତ ଓ କାନ୍ଥ ଖସିବାକୁ ଆରମ୍ଭ କରିଥିଲା ।

ଭୂସ୍ଖଳନର କାରଣ ଅନୁସନ୍ଧାନ ପାଇଁ ବିଶେଷଜ୍ଞ ଗାଁରେ ପହଁଚିଛନ୍ତି । ଏଥିସହ ଡୋଡା ଡେପୁଟି କମିଶନର ବିଶେଷ ମହାଜନ କହିଛନ୍ତି, ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଆମେ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛୁ । ସେପଟେ ଉତରପ୍ରଦେଶର ଯୋଶୀମଠରେ ଏକାସାଙ୍ଗରେ ଶହ ଶହ ଘରେ ଫାଟ ସୃଷ୍ଟ ହୋଇଥିଲା । ଏହା ପରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ରାଜ୍ୟ ସରକାର ପ୍ରଭାବିତ ଅଂଚଳରୁ ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି ।

Leave a Reply

Your email address will not be published. Required fields are marked *