Pratidin TV

Odisha's Digital News Platform

ସାବଧାନ ! FDA ଦେଲା କଡା ଚତୋବନୀ : ଅନ୍ଧ ବନାଉଛି ଭାରତ ପ୍ରସ୍ତୁତ ଏହି ଆଖି ଡ୍ରପ୍ ..

1 min read

ନୂଆଦିଲ୍ଲୀ : ସାବଧାନ ଭାରତରେ ପ୍ରସ୍ତୁତ ଆଖି ଡ୍ରପ୍ ନେଉଛି ଜୀବନ ତା ସହ ଲୋକଙ୍କୁ କଲାଣି ଅନ୍ଧ । ପ୍ରମାଣ ଦେଲା ଆମେରିକା FDA (ଫୁଡ୍ ଆଣ୍ଡ୍ ଡ୍ରଗ୍ ଆପମିନେଷ୍ଟ୍ରସନ ) ତାସହ ଆମଦାନୀକୁ ବନ୍ଧ କରିବାକୁ ନେଇଛି ପଦକ୍ଷେପ । ସୂଚନାଯୋଗ୍ୟ ଯେ ଭାରତରେ ଚେନ୍ନାଇର ଗ୍ଲୋବାଲ ଫାର୍ମା ହେଲଥ୍ କେୟାର ନାମକ ଏକ ସଂସ୍ଥା ଦ୍ୱ।ରା ପ୍ରସ୍ତୁତ କରାଯାଉଥିବା ଆଖି ଡ୍ରପ୍‌କୁ ବ୍ୟବହାର କରି ଆମେରିକାର ଅନେକ ଲୋକ ଅନ୍ଧ ହୋଇଯିାବ ସହ କିଛି ଲୋକ ମୃତ୍ୟୁ ମୁଖରେ ଛଟପଟ ହେଉଛନ୍ତି । ଏହି ଆଖି ର୍ଡପର ନାମ ‘ଏଜ୍ରି କେୟାର ଆର୍ଟିଫିସିଆଲ ଟିଅର୍ସ ଡ୍ରପ୍’ । ତେବେ ଏହି ଆଖି ଡ୍ରପକୁ ବ୍ୟବହାର ନକରିବାକୁ ନିଜ ସହରରେ କଡା ଚେତାବନୀ ଜାରି କରିଛି ୟୁଏସ ।

ଏନେଇ ୟୁଏସଏ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ ଏହାର ପ୍ରମାଣ ପାଇବା ପରେ ୟୁଏସ ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ ଏହି ଔଷଧର ଆମଦାନୀକୁ ସବୁଦିନ ପାଇଁ ବନ୍ଦ କରିଦେଇଚି । ତେବେ ଏହି ଖବରଟି ସାମ୍ନାକୁ ଆସିବା ପରେ ଚେନ୍ନାଇର ଫାର୍ମା କମ୍ପାନୀ ଔଷଧ ପ୍ରସ୍ତୁତି ବନ୍ଦ କରିଛି।

Advertisement

ତେବେ ଆଖି ଡ୍ରପକୁ ବିଶାକ୍ତ ପ୍ରମାଣ କରିବା ସହ, କେହିବି ଏହାର ବ୍ୟବହାର ନ କରିବାକୁ ଚେତାବନୀ ଜାରି କରିଛି FDA । ଏକ ଭୂତାଣୁ ଜନିତ ଅପମିଶ୍ରଣ କାରଣରୁ ଏହି ଆଖି ଡ୍ରପ୍‌ଟି ଲୋକମାନଙ୍କ ଚକ୍ଷୁ ପାଇଁ ବିଷାକ୍ତ ବୋଲି ନିଜର ଏକ ବିବରଣୀରେ ପ୍ରକାଶ କରିଛି ଏଫ୍‌ଡିଏ ।

Leave a Reply

Your email address will not be published. Required fields are marked *