Pratidin TV

Odisha's Digital News Platform

ଭୟଙ୍କର ଭୂକମ୍ପ : ତୁର୍କି-ସିରିୟାରେ ଗଲାଣ ୧୯୫ ଜୀବନ , ଆଗକୁ ବଢିପାରେ ମୃତ୍ୟୁ ସଂଖ୍ୟା..

ନୂଆଦିଲ୍ଲୀ : ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ସିରିୟା । ରିକ୍ଟର ସ୍କେଲରେ ତୀବ୍ରତା ୭.୮ ରେକର୍ଡ କରାଯାଇଛି । ଭୂମିକମ୍ପ ଯୋଗୁ ଲୋକେ ଭୟରେ ଏଣେ ତେଣ ଦଉଡୁଥିବା ବେଳେ କିଛି ଲୋକ ଉଚ୍ଚ ବିଲ୍ଡିଂରୁ ତଳକୁ ଖସି ପଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଚାରି ଚାରିଥର ଭୂକମ୍ପ ଝଟକା ଯୋଗୁ ଲୋକେ ଭୟଭୀତ ହୋଇ ଏଣେତେଣେ ଦୈଡିଥିଲେ ଫଳରେ କିଏ ବିଲଡିଂ ଉପରୁତ କିଏ ଘର ଫାଟିଯିବାରୁ ତାତଳେ ଚାପିହୋଇ ରହିଯାଇଥିଲେ । ସେହିଭଳି କିଏ ରାସ୍ତାରେ , କିଏ ସଂପିମଲରେ ଏଭଳି ଭାବେ ଯିଏ ଯେଉଁ ସ୍ଥାନରେ ଥିଲେ ସେହି ସ୍ଥାନରେ ଫସିଯାଇଥିଲେ । ଜୀବନ ବଞ୍ଚାଇବା ପାଇଁ କିଛି ଦୈଡିଥିଲେ ମଧ୍ୟ ଓଲଟା ମୃତ୍ୟୁ ମୁଖରେ ପଡିଯାଇଥିଲେ । ତେବେ ମିଳିଥିବା ସୂଚନା ଅନୁଯାୟୀ ଭୂମିକମ୍ପ ଯୋଗୁ ବଡ ବଡ ବିଲ୍ଡି ଖସିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

ତୁର୍କୀରେ ଭୂକମ୍ପର ସ୍ଥାନୀୟ ସମୟ ଭୋର ୪ଟା ୧୭ ମିନିଟ୍‌ରେ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ଗଭୀରତା ୧୭.୯ କିଲୋମିଟର ଭିତରକୁ ଥିଲା । ଏବଂ ଏହା ୬ଥର ଅନୁଭବ ହୋଇଥିଲା । ଯାହା ଫଳରେ ବଡ ବଡ ଅଟ୍ଟାଳିକା ଗୁଡିକ ଧ୍ୱସଂ ହୋଇଯାଇଚି । ସମାଚାର ଏଜେନ୍ସି ଇୠଚ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ତୁର୍କୀରେ ୫୩ ଜଣ ଲୋକଙ୍କ ମୃତ ଶରୀର ମିଳିଛି । ଆଗକୁ ଏହି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଏଜେନ୍ସିମାନେ ଅନୁମାନ ଲଗାଇଛନ୍ତି । ସେହିଭଳି ତୁର୍କୀରେ ୩୪ଟି ବଡ ବଡ ବିଲ୍ଡି ସମ୍ପୂଣଭାବେ ମାଟିରେ ମିଶିଯାଇଥିବା ଜଣାପଡିଛି ।

ଅନ୍ୟପଟେ ତୁର୍କୀ ସମେତ ଇସ୍ରାଏଲ ଓ ସିରିଆରେ ମଧ୍ୟ ଭୂମିକମ୍ପ ହୋଇଛି । ଏବେ ସୁଦ୍ଧା ସିରିୟାରେ ୯୦ ଜଣଙ୍କର ମୃତ୍ୟୁ ହୋଇଯାଛି । ତେବେ ସିରିୟା ଓ ତୁର୍କୀରେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣପାଡିଛି । ସୋମବାର ସକାଳେ ଦକ୍ଷିଣ ତୁର୍କୀର ଗଜିୟାଟେଂପରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ଯୋଗୁ ବଡ ବଡ ବିଲ୍ଡିଂ ସବୁ ଦବି ଯାଇଥିବା ବେଳେ ବହୁ ଉଚ୍ଚ ଅଟ୍ଟଳିକା ଭାଙ୍ଗିଯାଇଛି ।

ସେହିଭଳି ଘର ଭାଙ୍ଗି ମାଟି ତଳେ ବହୁ ଲୋକ ଦବି ରହିଥିବା ଜଣାପଡିଛି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟଜାରି ରହିଛି । କ୍ଷୟକ୍ଷତି ଘଟିଥିବା ସ୍ଥାନ ଭୂକମ୍ପ କେନ୍ଦ୍ରସ୍ଥଳୀଠାରୁ ମାତ୍ର ୨୩ କିଲୋମିଟର ଦୂରରେ ରହିଛି । ତୋବ ଭୂମିକମ୍ପର ବିଭିନ୍ନ ଭୟାନକ ଚିତ୍ର ସାମନାକୁ ଆସିଛି ।

Leave a Reply

Your email address will not be published. Required fields are marked *