Pratidin TV

Odisha's Digital News Platform

ବାଲ୍ୟ ବିବାହକୁ ନେଇ ଆକ୍ସନ ମୁଡରେ ରାଜ୍ୟ ସରକାର, ୩ ଦିନରେ ଗିରଫ୍ ହେଲେଣି ୨୪୪୧

ଆସାମ୍ : ବାଲ୍ୟ ବିବାହକୁ ନେଇ ଆକ୍ସନ ମୁଡରେ ଆସାମ ସରକାର । ରାଜ୍ୟରେ ଚରମ ସ୍ଥିତିରେ ବାଲ୍ୟ ବିବାହ ଥିବା ବେଳେ ଚଢାଉ ଜାରି ରହିଛି । ୩ ଦିନରେ ଗିରଫ ହେଲେଣି ୨୪୪୧ ଜଣ । ବାଲ୍ୟ ବିବାହ ବିରୋଧରେ ଆସାମ ପୋଲିସର କାର୍ଯ୍ୟାନୁଷ୍ଠାନ ଲଗାତାର ଜାରି ରହିଛି ।

ପୋଲିସ ତୃତୀୟ ଦିନରେ ବି ଏହାକୁ ନେଇ କେତେ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଏହାକୁ ନେଇ ବାଲ୍ୟ ବିବାହ ମାମଲାରେ ଏବେ ପର୍ଯ୍ୟନ୍ତ ୨୪୪୧ ଜଣ ଗିରଫ ହୋଇ ସାରିଲେଣି । ପୋଲିସ ଏକ ବୟାନରେ କହିଥିଲା ସାରା ରାଜ୍ୟରେ ଦିଆଯାଇଥିବା ୪,୦୪୭ ଏଫଆଇଆର ଆଧାରରେ ଲୋକଙ୍କୁ ଗିରଫ କରାଯାଉଛି । ବିଶ୍ୱନାଥରେ ୧୩୯, ବାରପେଟାରେ ୧୩୦ ଓ ଧୁବରିରେ ୧୨୬ ଜଣଙ୍କୁ ଗିରଫ କରାଯାଇଛି । ଆଉ କିଛି ଜିଲାରୁ ବି ବାଲ୍ୟ ବିବାହ ମାମଲାରେ ଶହେରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ।ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର କହିଥିଲେ, ବାଲ୍ୟ ବିବାହକୁ ନେଇ ପୋଲିସ ଯେଉଁ ଅଭିଯାନ ଆରମ୍ଭ କରିଛି, ଏହା ୨୦୨୬ ପରବର୍ତି ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବ । ଏହାକୁ ବିରୋଧୀ ସମାଲୋଚନା କରିବା ସହ ଏହା ପ୍ରଚାରର ହାତକଡି ବୋଲି କହିଥିଲେ ।

ଅନ୍ୟପଟେ ଶୁକ୍ରବାର ସୁଦ୍ଧା ରାଜ୍ୟରେ ବାଲ୍ୟ ବିବାହ ମାମଲା ୧୮୦୦ ଥିବା ବେଳେ ମାତ୍ର ଗୋଟିଏ ଦିନରେ ୩୭୦ ମାମଲା ଦାୟର ହୋଇଥିବା ଜଣାଯାଇଛି । ଏକଥା କହିଥିଲେ ଖୋଦ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସରମା । ବାଲ୍ୟ ବିବାହକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *