Pratidin TV

Odisha's Digital News Platform

ପୁଣି ଚର୍ଚ୍ଚାରେ ମାହି ; ଭାଇରାଲ ହେଲା କ୍ଷେତରେ ହଳ କରୁଥିବା ସମୟରେ ଭିଡିଓ ..

1 min read

ନୂଆଦିଲ୍ଲୀ : ହଳ କରୁଥିବାର ନଜର ଆସିଲେ ମାହି । ଟ୍ରାକ୍ଟରରେ ହଳ କଲେ ଧୋନୀ । ଇଷ୍ଟାଗ୍ରାମରେ ଭିଡିଓ ସେୟାର କରି ଫ୍ୟାନ୍ସ ଜିଣିଲେ ମନ । ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ଏବେ ଏକ ଭିଡିଓ ସେୟାର କରିଛନ୍ତି । ତାହା ପୁଣି ଦୁଇ ବର୍ଷ ପରେ ତାଙ୍କ ଇଷ୍ଟାଗ୍ରାମରେ ଏହି ଭିଡିଓକୁ ସେୟାର କରିଛନ୍ତି ।

ଭିଡିଓରେ ଧୋନି ଟ୍ରାକ୍ଟରରେ ଖେତରେ ହଳ କରୁଥିବାର ଦେଖିବାକୁ ମିଳିଛି । ଯାହା ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସିଛି । ଏହି ପୂର୍ବରୁ ଧୋନୀ ୨୦୨୧ ଜାନୁଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଅର୍ଗାନିକ ଷ୍ଟ୍ରବେରୀ ଖାଉଥିବାର ନଜର ଆସିଥିଲେ । ତେବେ ଖେତକୁ ହଳ କରୁଥିବା ଭିଡିଓ ପୋଷ୍ଟ କରି ଧୋନି ଲେଖିଛନ୍ତି କିଛି ନୂଆ ଶିଖିବାର ମଜା ନିଆରା, କିନ୍ତୁ କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ଲାଗେ ।

Advertisement

ତେବେ ଲକଡାଉନ ସମୟରେ ଧୋନି ଟ୍ରାକ୍ଟର ସହିତ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଥିଲା । ସେତେବେଳେ ଧୋନି ପ୍ରାକ୍ଟିସ କରୁଥିଲେ । ଆଉ ଇଂଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ନିଜର ସମୟ ଚାଷରେ ଲଗାଇଛନ୍ତି । ୪୧ ବର୍ଷ ବୟସରେ ଧୋନି ଇଂଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । କିନ୍ତୁ ଆଇପିଏଲ୍ ଜରିଆରେ ଫ୍ୟାନ୍ସଙ୍କ ସହିତ ଜଡିତ ରହିଛନ୍ତି ।

Leave a Reply

Your email address will not be published. Required fields are marked *