Pratidin TV

Odisha's Digital News Platform

ୟୁଜର୍ସଙ୍କୁ ବଡ ଝଟ୍‌କା : ଏଣିକି ବ୍ଲୁ ଟିକ୍ ପାଇଁ ଗଣିବେ ମାସକୁ ୯୦୦ ଟଙ୍କା ..

1 min read

ନୂଆଦିଲ୍ଲୀ : ଟ୍ୱିଟରର ସିଇଓ ଏଲନ୍ ମସ୍କଙ୍କ ଅଧୀନରେ ପରିଚାଳିତ ହେଉଥିବା ସୋସିଆଲ ମିଡିଆ ଟ୍ୱିଟର ପକ୍ଷରୁ ଭାରତ ପାଇଂ ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ପ୍ଲାନ ଘୋଷଣା କରାଯାଇଛି । ବ୍ଲୁ-ଟିକ୍ ୟୁଜର୍ସଙ୍କୁ ମାସକୁ ୯୦୦ ଟଙ୍କା ଦେବାକୁ ପଡିବ । ବ୍ଲୁ-ସବସ୍କ୍ରିପସନ୍ ନେଲେ କିଛି ଅତିରିକ୍ତ ସୁବିଧା ବ୍ୟବହାର କରିବାର ସୁଯୋଗ ମିଳିବ । ସ୍ମାର୍ଟଫୋନରେ ବ୍ଲୁ ସବ୍‌ସ୍କ୍ରିପସନ୍ ବ୍ୟବହାର କଲେ ମାସକୁ ୯୦୦ ଟଙ୍କା ଏବଂ ଡେସ୍କଟପରେ ବ୍ୟବହାର କଲେ ୬୫୦ ଟଙ୍କା ଦେବାକୁ ପଡିବ । ଏହା ସହ କମ୍ପାନୀ ପକ୍ଷରୁ ବାର୍ଷିକ ପ୍ଲାନ ମଧ୍ୟ ଘୋଷଣା କରାଯାଇଛି । ଯେଉଁଥିପାଇଁ ୬,୮୦୦ ଟଙ୍କା ଗଣିବାକୁ ପଡିବ ।

ବ୍ଲୁ ଟିକ୍ ବ୍ୟବହାର କାରୀ ମାନେ ୪୦୦୦ ଶବ୍ଦର ଟ୍ୱିଟ୍ କରିପାରିବେ ଏବଂ ୬୦ ମିନିଟ୍‌ର ଲମ୍ବା ଭିଡିଓ ମଧ୍ୟ ପୋଷ୍ଟ କରିପାରିବେ । ଏଭଳି ଆହୁରି ଅନେକ ପ୍ରକାରର ସୁବିଧା ତାଙ୍କୁ ଯୋଗାଇଦିଆଯିବ । ଏହି ବ୍ଲୁ-ଟିକ୍ ସବସ୍କ୍ରିପସନ୍ ଯେତିକି ଦିନ ପାଇଁ ନିଆଯାଇଥିବ ତାହାର ଲାଭ କେବଳ ସେତିକି ଦିନ ପାଇଁ ମିଳିବ । ଏହି ସୁବିଧା ପାଇବା ପାଇଁ ସବସ୍କ୍ରିପସନ୍ କୁ ରିନିୟୁ ବା ନବୀକରଣ କରିବାକୁ ପଡିବ ।

Advertisement

ସେହିଭଳି ଏହି ନୂଆ ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ଭାରତ, ଆମେରିକା,ଜାପାନ,ଇଣ୍ଡୋନେସିଆ,କାନାଡା,
ନ୍ୟୁଜଲାଣ୍ଡ,ବ୍ରିଟେନ,ବ୍ରାଜିଲ,ସାଉଦିଆରବ,ଫ୍ରାନ୍ସ,ଜର୍ମାନୀ,ଇଟାଲି,ପର୍ତୁଗାର୍ଲ,ସ୍ପେନ୍ ଓ ଅଷ୍ଟ୍ରେଲିଆରେ ଜାରୀ ହୋଇଛି ।

Leave a Reply

Your email address will not be published. Required fields are marked *