Pratidin TV

Odisha's Digital News Platform

ମେ’ରେ OJEE ପରୀକ୍ଷା ; ଆରମ୍ଭ ହେଲା ଆବେଦନ, ଜାଣିନିଅନ୍ତୁ ଶେଷ ତାରିଖ ..

1 min read

ଭୁବନେଶ୍ୱର : ଆସନ୍ତା ମେ ମାସ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଓଡିସା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଟିତ ହେବ । ଓଡିଶାର ସରକାରୀ , ଘରୋଇ ବିଶ୍ୱବିଦ୍ୟାଳୟ ଓ କଲେଜ୍‌ର ବି ଫାର୍ମା,ଏମସିଏ,ଏମବିଏ,ବିଟେକ୍ ,ଏମ୍ ଟେକ୍ , ଏମ୍ ଆର୍କ,ଏମ୍ ପ୍ଲାନ,ଏମ୍ ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ବିଟେକ୍ ଓ ଲାଟେରାଲ ଏଣ୍ଟ୍ରି ବି ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯିବ । କମ୍ପ୍ୟୁଟର ଜରିଆରେ ହେବାକୁ ଥିବା ଏହି ପରୀକ୍ଷା ଲାଗି ଛାତ୍ରଛାତ୍ରୀ ମାନେ ଓଜେଇ ୱେବସାଇଟ୍ www.ojee.nic .in ରେ ଯାଇ ଫର୍ମ ପୂରଣ କରିପାରିବେ । ତେବେ ଛାତ୍ରଛାତ୍ରୀମାନେ ଫ୍ରେବୃଆରୀ ୧୦ ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଅନ୍‌ଲାଇନରେ ଆବେଦନ କରିବା ପୂର୍ବରୁ ଛାତ୍ରଛାତ୍ରୀମାନେ ୱେବସାଇଟରେ ଥିବା ସୂଚନା ପତ୍ରିକାକୁ ଭଲ ଭାବରେ ପଢି ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ଓଜେଇଇ ଅଧକ୍ଷ ସୁଦୀପ କୁମାର ଚାନ୍ଦ । ଏହି ପରୀକ୍ଷା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ www.ojee.nic.in ଓ  www.odishajee.com କୁ ଯାଇ ଦେଖିପାରିବେ ।

Advertisement

Leave a Reply

Your email address will not be published. Required fields are marked *