ଭାଲେନଣ୍ଟାଇମସ୍ ଡେ’ରେ ପାଳନି ହେବନି ‘କାଓ ହଗ୍ ଡେ’ – କେନ୍ଦ୍ର ବଦଲାଇଲା ନିଷ୍ପତ୍ତି
1 min readନୂଆଦିଲ୍ଲୀ : ଭାଲେଣ୍ଟାଇନ୍ସ ଡେ’ରେ ଲୋକମାନେ ଏକ ଗାଇ କୁ ଆଲିଙ୍ଗନ କରିବା ଉଚିତ ବୋଲି କେନ୍ଦ୍ର ପଶୁ କଲ୍ୟାଣ ବିଭାଗର ଆବେଦନ ପରେ ସୋସିଆଲ ମିଡିଆରେ ଝଡ଼ ପରିସ୍ଥିତି ସୃଷ୍ଟି କରିଥିଲା ହେଲେ ବର୍ତ୍ତମାନ ଏହାକୁ ପ୍ରତ୍ୟାହାର କରାଯାଇଛି।
ହୋଇଥିବା ଆବେଦନରେ ଭାଲେଣ୍ଟାଇନ୍ସ ଡେ’ରେ ଗାଇକୁ ଆଲିଙ୍ଗନ କରିବା ପାଇଁ ଭାରତର ପଶୁ କଲ୍ୟାଣ ବୋର୍ଡ ଏହାର ପରାମର୍ଶକୁ ସମର୍ଥନ କରିଛି । ଏବଂ କୁହାଯାଇଥିଲା ଏହା “ଭାବପ୍ରବଣତା” ଆଣିବ ଏବଂ “ବ୍ୟକ୍ତିଗତ ତଥା ସାମୂହିକ ସୁଖ” ବୃଦ୍ଧି କରିବ। ଦେଶରେ ଚାଲୁଥିବା ବିଦେଶର ସଂସ୍କୃତିକୁ ବଦଳାଇ ବାରତରେ ସ୍ୱଦେଶୀ ଭାବ ଜାଗ୍ରତ କରିବ ।
ପଶୁ କଲ୍ୟାଣ ବୋର୍ଡ ବିଜେପିର ପାର୍ଶୋଟମ ରୁପାଲାଙ୍କ ନେତୃତ୍ୱରେ ପଶୁପାଳନ ମନ୍ତ୍ରଣାଳୟ ଅଧୀନରେ ଆସିଥିଲା। ଦକ୍ଷ କର୍ତ୍ତୃପକ୍ଷ ତଥା ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଗାଇ ଆଲିଙ୍ଗନ ଉତ୍ସବ ପାଇଁ ଭାରତର ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ ଦିଆଯାଇଥିଲା ଆବେଦନ। ଫେବୃଆରୀ ୧୪ ଦିନ ଏହାକୁ ପାଳନ କରାଯିବ ନାହିଁ ବୋଲି ବୋର୍ଡର ସଚିବ ଏସ.କେ ଦତ୍ତ ଆଜି ଏକ ବିବୃତ୍ତିରେ କହିଛନ୍ତି।