Pratidin TV

Odisha's Digital News Platform

ପାକ୍‌ରେ ସ୍ଥିତି ଗମ୍ଭୀର : ମହଙ୍ଗା ମାଡରେ ହନ୍ତସନ୍ତ ଜନସାଧାରଣ …..

1 min read

ନୂଆଦିଲ୍ଲୀ : ପାକିସ୍ତାନରେ ମହଙ୍ଗା ମାଡ । ଭାଙ୍ଗିଲା ୪୮ ବର୍ଷର ରେକର୍ଡ । ଦିନକୁ ଦୁଇବେଳା ରୁଟି ମିଳିବା କଷ୍ଟକର । ପାକିସ୍ତାନ ସବୁଠାରୁ ବଡ ସଙ୍କଟ ଦେଇ ଗତି କରୁଛି । ପାକିସ୍ତାନର ଆର୍ôଥକ ଅବସ୍ଥା ଅତ୍ୟନ୍ତ ଖରାପ ଏବଂ ବର୍ତମାନ ପରିସ୍ଥିତି ଏପରି ହୋଇଛି ଯେ ପାକିସ୍ତାନର ସାଧାରଣ ଲୋକମାନେ ସରକାରଙ୍କୁ ବିରୋଧ କରୁଛନ୍ତି । ଦେବାଳିଆ ଅବସ୍ଥାରେ ପାକିସ୍ତାନ ପହଞ୍ଚିଛି ପାକିସ୍ତାନ ।

ବେଲ ଆଉଟ ପ୍ୟାକେଜ ସମ୍ପର୍କରେ ଆଇଏମଏଫ ସହ ହୋଇଥିବା ଆଲୋଚନା ମଧ୍ୟ ବିଫଳ ହୋଇଛି । ଫଳରେ ସ୍ଥିତି ଗୁରୁତର ହେବାରେ ଲାଗିଛି । ବର୍ତମାନ ପରିସ୍ଥିତି ଏପରି ହୋଇଛି ଯେ ଲୋକମାନେ ଦିନକୁ ଦୁଇବେଳା ରୁଟି ମିଳିବା ମଧ୍ୟ କଷ୍ଟକର ହୋଇ ପଡ଼ିଛି । ପାକିସ୍ତାନରେ ମହଙ୍ଗା ମାଡ଼ ୪୮ ବର୍ଷର ରେକର୍ଡ ଭାଙ୍ଗିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଦରଦାମ ବୃଦ୍ଧି ଯୋଗୁଁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଟାନରେ ବିକ୍ରି ହ୍ରାସ ପାଇଛି । ବିଶେଷକରି ମଧ୍ୟବିତ ଲୋକମାନେ ବଜାରରୁ ନିଜକୁ ଦୂରେଇ ରଖିଛନ୍ତି ଏବଂ କେବଳ ଧନୀ ଶ୍ରେଣୀ ନିଜର ଆବଶ୍ୟକ ଜିନିଷପତ୍ର କିଣିବାକୁ ସକ୍ଷମ ହେଉଛନ୍ତି । ସେହିଭଳି ପେଟ୍ରୋଲ ପମ୍ପରେ ତେଲ ବିକ୍ରିରେ ମଧ୍ୟ ହ୍ରାସ ଘଟିଛି ।

Advertisement

ପୂର୍ବରୁ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଲମ୍ବା ଲାଇନ ଥିଲା, ଏବେ ପେଟ୍ରୋଲ ପମ୍ପଗୁଡ଼ିକ ପ୍ରାୟ ଖାଲି ପଡ଼ିଛି । ଏହାର କାରଣ ହେଉଛି ପାକିସ୍ତାନରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୨୬୨ ଟଙ୍କା ଛୁଇଁଛି । ସ୍ୱଳ୍ପ ଆୟ ବର୍ଗର ଲୋକଙ୍କୁ ପାକିସ୍ତାନରେ ଘର ଖର୍ଚ୍ଚ ଚଳାଇବା ପାଇଁ ଧାର କରଜ କରିବାକୁ ପଡୁଛି । ପାକିସ୍ତାନର ଚାଷୀଙ୍କ ଅବସ୍ଥା ମଧ୍ୟ ଖରାପ । ମୁଦ୍ରାସ୍ଫୀତି ବୃଦ୍ଧି ଦ୍ୱାରା କୃଷକଙ୍କ ଲଗାଣ ମୂଲ୍ୟ ବହୁଗୁଣିତ ହୋଇଛି । ବିଦ୍ୟୁତ ମୂଲ୍ୟ ଏବଂ ମଜୁରୀ ବୃଦ୍ଧି ହେତୁ ଚାଷ ଆଉ ଲାଭଜନକ କାରବାର ହୋଇ ରହିନାହିଁ ।

Leave a Reply

Your email address will not be published. Required fields are marked *