Pratidin TV

Odisha's Digital News Platform

(ଭିଡିଓ) ଅର୍ଡର କରିଥିଲେ ବ୍ରେଡ୍ : ପ୍ୟାକେଟ୍ ଭିତରେ ଫ୍ରି ଆସିଲା ଜୀବନ୍ତ ମୂଷା ..

1 min read

ନୂଆଦିଲ୍ଲୀ : ଆଜି କାଲି ଅତ୍ୟାଧୁନିକ ଯୁଗରେ ସବୁ ଜିନିଷ ଅନଲାଇନ ହୋଇଗଲା । ଡ୍ରେସଠୁ ଆରମ୍ଭ କରି ପନିପରିବା, ରାସନ ଇତ୍ୟାଦି । କିନ୍ତୁ କଣ ଆପଣ ଅନଲାଇନରୁ ସପିଂ କଲାପରେ ତାର ଗୁଣବତାକୁ ପରୀକ୍ଷା କରିଥାନ୍ତି । ତାହା କେତେ ଫ୍ରେସ୍ ବା କେତେ ଶୁଦ୍ଧ । ଯଦି ନକରନ୍ତି ତେବେ ଆଜିଠୁ ହିଁ ନିଜର ଅଭ୍ୟାସ ବଦଳାନ୍ତୁ । କାରଣ ନିକଟରେ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ ଆପଣମାନେବି ଡରିବେ ଅନଲାଇନରେ କିଛି ଖାଦ୍ୟ ଅର୍ଡର କରିବା ପୂର୍ବରୁ ।

ସୂଚନାଯୋଗ୍ୟ ଯେ ଫ୍ରେବୃଆରୀ ୧ ତାରିଖରେ ଗ୍ରାହକ ନିତିନ ଅରୋରା ଜୋମାଟୋ ସେୟର୍ସରେ ଥିବା ‘ବ୍ଲିଙ୍କ୍ ଇଟ୍ ଆପ୍‌’ ମାଧ୍ୟମରେ ବ୍ରେଡ୍ ଅର୍ଡର କରିଥିଲେ । କିନ୍ତୁ ସେ ଯେତେବେଳେ ବ୍ରେଡ ପ୍ୟାକେଟ୍ ଖୋଲନ୍ତି ତ ଆଶ୍ଚର୍ଯ୍ୟ-ଚକିତ ହୋଇ ରହିଯାଆନ୍ତି । କାରଣ ବ୍ରେଡ୍ ପ୍ୟାକେଟ୍ ଭିତରେ ବ୍ରେଡ୍ ସହ ସେ ଏକ ଜୀବନ୍ତ ମୂଷା ଦେଖନ୍ତି । ଆଉ ନିଜର ଅନୁଭୂତିକୁ ସେ ଭିଡିଓ ଜରିଆରେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାପରେ ବ୍ଲିଙ୍କ୍‌ଇଟ୍ ଆପର ମାଲିକ ଧନଞ୍ଜୟ ଶଶୀଧରଣ ଏହି ଘଟଣାରେ ନିତିନଙ୍କ ପୋଷ୍ଟରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ , ଆପଣ ସାମ୍ନା କରିଥିବା ଏପରି ପରିସ୍ଥିତି ପାଇଂ ଆମେ ଦୁଃଖିତ । ଆମେ ଏହାର ପାର୍ଟନରୁ ଷ୍ଟୋରକୁ ଆପରୁ ହଟାଇଦେଇଛୁ । ଆପଣ ଯଦି ନିଜ ଅର୍ଡର ବିବରଣୀ ଆମକୁ ପଠାଇପାରିବେ ତେବେ ଆମେ ଏହାର ତଦନ୍ତ କରି ଏହାର କାର୍ଯ୍ୟନୁଷ୍ଟାନ ଗ୍ରହଣ କରିବୁ ।

କିନ୍ତୁ ଘଟଣା ଯାହାବି ହେଉନା କାହିଁକି ଏଭଳି ଖାମଖିଆଲି ମନବୃତ୍ତି ତାହ ପୁଣି ଖାଦ୍ୟସାମଗ୍ରୀରେ ଜମା ସହନୀୟ ନୁହଁ ।

Leave a Reply

Your email address will not be published. Required fields are marked *