Pratidin TV

Odisha's Digital News Platform

ପଦାରେ ପଡିଲା ପ୍ରଶାସନର ନିମ୍ନ ମାନର କାମ : ବାତ୍ୟା ଆଶ୍ରୟସ୍ଥଳୀ ଗ୍ରୀଲ୍ ପଡି ଚାଲିଗଲା ୧୦ ବର୍ଷ ଶିଶୁର ଜୀବନ ..

1 min read

ଗଞ୍ଜାମ : ପଦାରେ ପଡିଲା ନିମ୍ନମାନର କାମ ର ଅସଲ ଚିତ୍ର । ଗ୍ରୀଲ୍ ପଡି ଚାଲିଗଲା ଛାତ୍ର ଙ୍କ ଜୀବନ । ଖଲ୍ଲିକୋଟ ରେ ଅଭାବନୀୟ ଘଟଣା । ଖେଳୁଥିବା ବେଳେ ଗ୍ରୀଲ ପଡି ଜଣେ ୧୦ବର୍ଷ ବାଳକ ର ମୃତ୍ୟୁ ଘଟିଛି । ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ର ମେନ ଗେଟ ରେ ଆଜି ସନ୍ଧ୍ୟାରେ କିଛି ଛୋଟ ପିଲା ଖେଳୁଥିବା ବେଳେ ପୂର୍ବରୁ ଅର୍ଧ ଭଗ୍ନ ଅବସ୍ଥାରେ ଥିବା ଗେଟ ଟି ହଠାତ ଜଣେ ଛାତ୍ର ଙ୍କ ଉପରେ ପଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ମୃତ ଛାତ୍ର ଜଣକ ତୁଳସୀପୁରର କରୁଣା ପାହାନ ଙ୍କ ପୁତ୍ର ପବିତ୍ର ପାହାନ ବୋଲି ଜଣାପଡିଛି ।ତୁଳସୀପୁର ବାତ୍ୟା ଆଶ୍ରୟ ସ୍ଥଳୀ ରେ ନିମ୍ନ ମାନର କାମ ହୋଇଥିବା ପୂର୍ବରୁ ଅଭିଯୋଗ କରି ଆସୁଥିଲେ ଗ୍ରାମବାସୀ ।ତେବେ ବ୍ଲକ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ଆଜି ଜଣେ ନିରୀହ ନାବାଳକ ର ଜୀବନ ଚାଲିଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଖଲ୍ଲିକୋଟ ବ୍ଲକ ର ଏହା ହେଉଛି ୫ଟି କାର୍ଯ୍ୟ ! ନା ହେଉଛି ତଦାରଖ, ନା ତଦାରଖ ପାଇଁ ରହିଛି ବ୍ଲକ ପ୍ରଶାସନର ଆନ୍ତରିକତା । ଯାହା ଫଳରେ ଚାଲିଗଲା ଏକ ନିରୀହ ଶିଶୁର ଜୀବନ କ୍ଷ ବର୍ତ୍ତମାନ ମୃତ ନାବାଳକ ର ମରଶରୀରକୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରଖାଯାଇଛି ।

Advertisement

ପରିବାର ପକ୍ଷରୁ କୌଣସି ଏତଲା ଦିଆଯାଇନଥିବା ବେଳେ । ଡାକ୍ତରଙ୍କ ରିପୋର୍ଟ କୁ ଆଧାର କରି ପୋଲିସ ନିଜ ଆଡୁ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି l ଅନ୍ୟପଟେ ପରିବାର ଲୋକେ କ୍ଷତି ପୂରଣ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *