Pratidin TV

Odisha's Digital News Platform

ବାଣୀବିହାର ବିଶ୍ୱବିଦ୍ୟାଳୟରେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ; ଗିରଫ୍ ହେଲେ ୨ ପୁରାତନ ଛାତ୍ର

1 min read

ଭୁବନେଶ୍ୱର : ରବିବାର ରାଜଧାନୀର ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଗତକାଲି ପିଜି କାଉନସିଲ୍ ହଲ୍‌ରେ ସିଟିଜେନ୍ ଫୋରମ୍ ପକ୍ଷରୁ ଭାରତୀୟ ସମ୍ଭିଧାନର ପ୍ରଭାବ ଶୀର୍ଷକ ଆଲୋଚାନ ଚକ ୍ରଚାଲିଥିବା ସମୟରେ ଏବିଭିପି ସମର୍ଥକ ଓ ଆୟୋଜକ ମୁହଁମୁହିଁ ହୋଇଥିଲେ ।

ଜେଏନୟୁ ପ୍ରଫେସର ସୁରଜିତ୍ ମଜୁମଦାରଙ୍‌କ ବକ୍ତବ୍ୟ ସମୟରେ ହିଁ ଏପରି ସ୍ଥିତି ଉପୁଜିଥିଲା । ତାଙ୍କ ବକ୍ତବ୍ୟକୁ ବିରୋଧ କରି ପ୍ରଥମେ ଚୁକ୍ତିତର୍କ ଓ ପରେ ହାତାହାତି ହୋଇଥିଲେ । କିଛି ପୁରାତନ ଛାତ୍ର ସହ ବର୍ତ୍ତମାନ ପଢୁଥିବା କିଛି ଛାତ୍ର ମିସି ଆୟୋଜକ ଓ ପ୍ରଫେସର ମାନଙ୍କ ସହ ମାରପିଟ୍ ଆରମ୍ଭ କରିଦେଇଥିଲେ । ଘଟଣାଟି ବୁଝାସୁଝା ପରିସ୍ଥିତିରୁ ତଳକୁ ଖସିଯିବାରୁ । ବାଧ୍ୟହୋଇ ପୋଲିସକୁ ଡକାଯାଇଥିଲା । ସହିଦ୍‌ନଗର ଥାନା ପୋଲିସ ସେଠାରେ ପହଞ୍ଚି ଆୟୋଜକଙ୍କ ସହ ପ୍ରଫେସରଙ୍କୁ ଉଦ୍ଧାର କରିଥିଲା । ତେବେ ଆଜି ସମ୍ପୃକ୍ତ ମାମଲାରେ ସହିଦ୍ ନଗର ଥାନା ପୋଲିସ୍ ୨ ପୁରାତନ ଛାତ୍ରଙ୍କୁ ଗିରଫ୍ କରିଥିବା ସୂଚନା ମିଳିଛି ।

Advertisement

ଏହାସହ ଗତକାଲି ରାତିରେ ମଧ୍ୟ ବାଣିବିହାର ମେନ୍ ଗେଟ୍ ସାମ୍ନାରେ ଏବିଭିପି ସହ ପୁରାତନ ଏବଂ ବର୍ତ୍ତମାନର କିଛି ଛାତ୍ର ମିଶି ନିଆଁ ଜଳାଇ ପ୍ରୋଟେଷ୍ଟ ଆରମ୍ଭ କରିଥିଲେ । ଏବଂ ଜେଏନୟୁର ପ୍ରଫେସର ନିଜ ବକ୍ତବ୍ୟରେ ଭାରତ ବିରୋଧରେ କହିଥିବାରୁ ସେମାନେ ତାର ବିରୋଧ କରିଥିବା କହିଥିଲେ ।

Leave a Reply

Your email address will not be published. Required fields are marked *