Pratidin TV

Odisha's Digital News Platform

T-20 ମହିଳା ବିଶ୍ୱକପ୍ ; ପାକିସ୍ତାନକୁ ୭ ଓି୍ୱକେଟ୍‌ରେ ହରାଇଲା ଟିମ୍ ଇଣ୍ଡିଆ ..

1 min read

ନୂଆଦିଲ୍ଲୀ : ବାଜି ମାରିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଦକ୍ଷିଣ ଆଫ୍ରିକାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ମହିଳା ଟି-୨୦ ବିଶ୍ୱକପ୍ରେ ରବିବାର ପାକିସ୍ତାନକୁ ଭାରତ ୭ ଉଇକେଟ୍ରେ ପରାସ୍ତ କରିଛି। କେପ୍ଟାଉନ୍ର ନ୍ୟୁଲାଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଜେମିମା ରୋଡ୍ରିଗ୍ସ ଅର୍ଦ୍ଧଶତକ ହାସଲ କରିଛନ୍ତି।

ପ୍ରଥମେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ନିର୍ଦ୍ଧାରିତ ୨୦ଓଭରରେ ପାକିସ୍ତନାନ ୧୪୯ରନ୍ ସ୍କୋର କରିଥିଲା।
ଅଧିନାୟିକା ବିସମା ମାରୁଫ ପାକିସ୍ତାନ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୫୫ଟି ବଲ୍ ଖେଳି ୭ଟି ଚୌକା ବଳରେ ବ୍ୟକ୍ତିଗତ ଭାବେ ଅପରାଜିତ ୬୮ ରନ୍ ଯୋଡ଼ିଥିଲେ।

Advertisement

ତେବେ ଭାରତ ପାକିସ୍ତାନ ଦେଇଥିବା ୧୫୦ ରନ୍‌ର ଟାର୍ଗେଟ୍‌କୁ ପିଛା କରି ଗୋଟିଏ ଉଭର ପୂର୍ବରୁ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା । ରଦ୍ରିଗ୍ୱେଜ ୫୩ ରନ୍ (୩୮ ବଲ୍ ରେ ୮ ଚୌକା) , ରିବା ୩୧ ରନ୍ (୨୦ ବଲ୍‌ରେ ୫ ଚୌକା) , ଅପରାଜିତ ରହି ଭାରତକୁ ଗୋଟିଏ ଓଭର ପୂର୍ବରୁ ମହତ୍ତ୍ୱପୂର୍ଣ୍ଣ ବିଜୟ ଭେଟି ଦେଇଥିଲେ । ସେହିଭଳି ଶେଫାଳି ବର୍ମା ୩୩ ରନ୍ (୨୫ ବଲରେ ୪ ଚୌକା ) ମଧ୍ୟ ଉପେଯଅଗୀ ପାଳି ଖେଳିଥିଲେ ।

Leave a Reply

Your email address will not be published. Required fields are marked *