Pratidin TV

Odisha's Digital News Platform

୬୦ ବର୍ଷ ବୟସରେ କମଳାଙ୍କ ନିଆରା ପ୍ରୟାସ ; ମହିଳାଙ୍କୁ କରାଉଛନ୍ତି ସ୍ୱାବଲମ୍ବୀ , ବଜ୍ୟବସ୍ତୁକୁ ଗୋଟାଇ ବନାଉଛନ୍ତି ଏଭଳି ଘରସଜ୍ଜା ,..

1 min read

କେନ୍ଦ୍ରାପଡା : ୬୦ ବର୍ଷ ବୟସରେ ବି ହାର ମାନିନାହାନ୍ତି କେନ୍ଦ୍ରାପଡା ଜିଲ୍ଲାର କମଳା ମହାରଣା । ବର୍ଜ୍ୟବସ୍ତୁରୁ ତିଆରି କରୁଛନ୍ତି ଘର ସଜା ସାମଗ୍ରୀ । ଆପଣ ପ୍ରତିଦିନ ବଜାର ରୁ ଆଣୁଥିବା ପ୍ରତ୍ୟକ ସାମଗ୍ରୀ କୁ ପଲିଥିନ ମାଧ୍ୟମରେ ଆଣିଥାନ୍ତି, ପରେ ସେହି ପଲିଥିନ କୁ ଏଣେ ତେଣେ ଫୋପାଡ଼ିଦେଇଥାନ୍ତି । ଯାହା ପାଇଁ କି ପରିବେଶ ଦୂଷିତ ହେବା ସହ, ଅନେକ ଗାଈ ଗୋରୁ ମଧ୍ୟ ପଲିଥିନ କୁ ଖାଇବା ଦ୍ୱାରା, ସେମାନଙ୍କର ମୃତ୍ୟ ହୋଇଥାଏ । କିନ୍ତୁ ସେହି ପଲିଥିନ ରୁ ତିଆରି ହୋଇପାରୁଛି ଭଳିକିଭଳି ଘର କରଣା ଓ ସଜା ସାମଗ୍ରୀ । ଏପରିକି ପଲିଥିନ ବି ସାଜିଛି ରୋଜଗାର କରିବାର ମାଧ୍ୟମ । ତା ସହ ହେଉଛି ପରିବେଶ ସଫା । ବାର୍ଦ୍ଧକ୍ୟ ବୟସରେ ପହଞ୍ଚିକି ମଧ୍ୟ ନିଜର ଏଭଳି ନିଆରା ଚିନ୍ତାଧାରା ପାଇଁ ପାଲଟିଛନ୍ତି ସଭିଙ୍କ ପ୍ରଶଂସାର ପାତ୍ର । ବଜ୍ୟବସ୍ତୁରୁ ସାଜସଜ୍ଜା ସାମଗ୍ରୀ ତିଆରି କରିବା ସହ ସଫାରହୁଛି ପରିବେଶ ।

Advertisement

ତେବେ ଚାଲନ୍ତୁ ଜାଣିବା କମଳାଙ୍କ ବିଷୟରେ କିଛି ….

କମଳା ମହାରଣା, ବୟସ ୬୦ ଟପିଲାଣି, ଆଖିକୁ ବି ଠିକସେ ଦିଶିବା ମୁସ୍କିଲ ହୋଇପଡ଼ିଲାଣି । ଘର କେନ୍ଦ୍ରାପଡା ପୌରାଞ୍ଚଳର “ଖଇରାବାଦ” ରେ । ପଲିଥିନ କୁ ପୁନ୍ନବ୍ୟବହାର କରି ସେଥିରୁ ତିଆରି କରିଥାନ୍ତି , ଡାଲା, ଚାଙ୍ଗୁଡ଼ି, ଶିକା, ଟୋପି, ଘର ସଜା ଭଳି ବିଭିନ୍ନ ସାମଗ୍ରୀ । ଯାହାକୁ ନେଇ କମଳା ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି । ଫାଙ୍କା ସମୟରେ ନିଜ ଘରୁ ତଥା ଘର ବାହାରେ ପଡ଼ିଥିବା, ବିଭିନ୍ନ ପ୍ରକାରର ପଲିଥିନ କୁ ଗୋଟାଇ ଆଣନ୍ତି କମଳା । ସେସବୁକୁ ସଫକାରୀ, କାଟିକି, କମଳା ବସିପଡନ୍ତି ତାଙ୍କ ବୁଣାବୁଣି କାର୍ଯ୍ୟକ୍ରମରେ । ଧାନ କଟା ସମୟରେ , ବିଲରୁ ବେରୁହଁ ଓ ଜୁଣ ଆଣିକି ରଖିଥାନ୍ତି କମଳା ।କଟା ଯାଇଥିବା ଜରି ଭିତରେ ଜୁଣ ଓ ବେରୁହଁ । କୁ ଦେଇ ସୁତା ମାଧ୍ୟମରେ ଗୁଡ଼ାଇ ତିଆରି କରିଥାନ୍ତି, ବିଭିନ୍ନ ପ୍ରକାରର ସାମଗ୍ରୀ । ନିଜେ ଏକା ନୁହେଁ, ନିଜ ସହ ପଡୋଶୀ ମହିଳା ମାନଙ୍କୁ ବି ଏଥିରେ ସାମିଲ କରି,କିଛି ନାଁ କିଛି ରୋଜଗାରକ୍ଷମ କରିପାରିଛନ୍ତି କମଳା ।

ଦୀର୍ଘ ଦଶନ୍ଧି ଧରି ଏହି ପଲିଥିନରୁ ବିଭିନ୍ନ ସାମଗ୍ରୀ ତିଆରି କରି ଆସୁଛନ୍ତି କମଳା । କମଳା ଙ୍କ ହାତ ତିଆରି ସାମଗ୍ରୀ କେବଳ ଗାଁ ଗହଳି ନୁହଁ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ରେ ମଧ୍ୟ୍ୟ ଦେଖିବାକୁ ମିଳେ । ଚଳିତ ବର୍ଷ ପଲ୍ଲୀଶ୍ରୀ ମେଳାରେ କମଳା ଙ୍କ ଷ୍ଟଲ ରେ ବେଶ ଭିଡ଼ ପରିଲିକ୍ଷିତ ହୋଇଥିଲା । ଲୋକେ କମଳା ଙ୍କ ହାତ ତିଆରି ସାମଗ୍ରୀ କୁ ବେଶ ପ୍ରଶଂସା ମଧ୍ୟ୍ୟ କରିଥିଲେ । କୌଣସି ସ୍ୱୟଂ ସହାୟିକା ଗୋଷ୍ଠୀ ରୁ ଟଙ୍କାଟେ ବି ଲୋନ ନନେଇ, ନିଜ କୌଶଳ ବଳରେ , ନିଜ ସହ ନିଜ ପଡୋଶୀ ମାନଙ୍କୁ ସ୍ୱାବଲମ୍ବୀ କରାଇପାରିଛନ୍ତି, କମଳା । ତେବେ ଆଗାମୀ ଦିନରେ କମଳା ଙ୍କୁ ଯଦି କିଛି ପ୍ରୋତ୍ସାହନ ମିଳିବ ତେବେ ସେ ଆହୁରି ଆଗକୁ ବଢ଼ି ପାରିବେ ବୋଲି, ଆସାବ୍ୟକ୍ତ କରିଛନ୍ତି !

Leave a Reply

Your email address will not be published. Required fields are marked *