Pratidin TV

Odisha's Digital News Platform

ମାଁ’ର ଚାଞ୍ଚଲ୍ୟ କାଣ୍ଡ : ଦୁଇ ଶିଶୁ ପୁତ୍ରଙ୍କ ତଣ୍ଟିଚିପି ମାରି , ନିଜେ ଝୁଲିପଡିଲା

1 min read

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଡୁରୁକୁଳିଆ ଗାଁରେ ଘଟିଯାଇଛି ଚାଞ୍ଚଲ୍ୟକର ଘଟଣା । ନିଜର ଦୁଇ ଜଣ ଶିଶୁପୁତ୍ରଙ୍କୁ ହତ୍ୟା କରି ଘର ଭିତରେ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଛି ଜଣେ ମହିଳା । ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ପୋଲିସର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ ଯେ ମୃତ ମହିଳା ଜଣଙ୍କ ହେଉଛନ୍ତି ଡୁରୁକୁଳିଆ ଗ୍ରାମର ଭୀମସେନ ନାୟକଙ୍କ ସ୍ତ୍ରୀ କ୍ଷଣପ୍ରଭା ନାୟକ । କ୍ଷଣପ୍ରଭା ନିଜର ସାଢ଼େ ୩ ବର୍ଷର ଶିଶୁପୁତ୍ର ଓ ଅନ୍ୟଜଣେ ୨ ବର୍ଷର ଶିଶୁପୁତ୍ରଙ୍କର ତଣ୍ଟିଚିପି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । କ୍ଷଣପ୍ରଭାଙ୍କର ବଡ଼ଝିଅ ଆଜି ସ୍କୁଲରୁ ଫେରି ଘରର କବାଟ ବନ୍ଦ ଥିବା ଦେଖିଥିଲେ । ଅନେକ ବାଡ଼େଇବା ପରେ କବାଟ ନଖୋଲିବାରୁ ପଡ଼ୋଶୀମାନେ ଘରର ଟାଇଲ୍ ଖୋଲିବା ପରେ ଏହା ଜଣାପଡ଼ିଥିଲା ।

Advertisement

ଘଟଣା ସମୟରେ କ୍ଷଣପ୍ରଭାଙ୍କ ସ୍ଵାମୀ ଭୀମସେନ ହଳ କରିବାକୁ ଯାଇଥିବା ବେଳେ, ଶ୍ୱଶୁର କେନ୍ଦୁଝର ଯାଇଥିଲେ ଓ ଶାଶୁ ଛେଳି ଚରାଇବାକୁ ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଚମ୍ପୁଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।କିନ୍ତୁ ଜଣେ ମାଁ ଏଭଳି ନିଜ ଶିଶୁ ସହ ଅ୍ୟ ଜଣେ ଶିସୁକୁ ହତ୍ୟା କରିବା ସହ ନିଜେ ମଧ୍ୟ ଆତ୍ମହତ୍ୟା କରିବା ସମସ୍ତଙ୍କୁ ଚକିତ-ଆଶ୍ଚର୍ଯ୍ୟ କରିଦେଇଛି ।

Leave a Reply

Your email address will not be published. Required fields are marked *