Pratidin TV

Odisha's Digital News Platform

ଶିକ୍ଷୟତ୍ରୀଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବରିଷ୍ଠ କିରାଣୀ ..

1 min read

ଝାରସୁଗୁଡା : ପୁଣି ଭିଜିଲାନ୍ସ ହାବୁଡରେ ସରକାରୀ ବାବୁ । ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସରୋଜ କାନ୍ତ ନାୟକ। ଗୌଡ଼ ପାନପାଲି ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟାରତ ସହକାରୀ ଶିକ୍ଷୟିତ୍ରୀ ଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ସରୋଜ ।

ଶିକ୍ଷୟିତ୍ରୀ ଜଣକ ପ୍ରସବକାଳୀନ ଛୁଟି ରେ ଥିବା ରୁ ତାଙ୍କ ବକେୟା ଦରମା ମଞ୍ଜୁର କରିବା ପାଇଁ କିରାଣି ଜଣକ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏସମ୍ପର୍କରେ ଶିକ୍ଷୟିତ୍ରୀ ଜଣକ ତାଙ୍କ ସ୍ବାମୀ ଙ୍କୁ ଜଣାଇବା ପରେ ସେ ରାଉରକେଲା ଭିଜିଲାନ୍ସ କୁ ଅବଗତ କରାଇଥିଲେ । ଆଜି ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଠାରୁ କିରଣୀ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଭିଜିଲାନ୍ସ ପକ୍ଷରୁ କିରାଣୀ ସରୋଜ କାନ୍ତ ଙ୍କୁ ଗିରଫ କରାଯିବାସହ ୫ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *