ମଝି ରାସ୍ତାରେ ଫାଟିଲା ଚକା , ନିୟନ୍ତ୍ରଣ ହରାଇ ଗଛରେ ପିଟିହୋଇ ଓଲଟିଲା ଯାତ୍ରୀବାହୀ ବସ୍ ..
1 min readକନ୍ଧମାଳ : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ପଣ୍ଡାଇର୍ପି ନିକଟରେ ସାଲୁଙ୍କି ନାମକ ଏକ ଯାତ୍ରୀ ବାହୀ ବସ୍ ର ଚକା ଫାଟିଯିବାରୁ ନିୟନ୍ତ୍ରଣ ହରାଇ ମୁଖ୍ୟ ରାସ୍ତା ପାର୍ଶସ୍ଥିତ ଗଛରେ ପିଟିହୋଇ ଓଲଟି ପଡିଛି । ଫଳରେ ସେଥିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩୦ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ସୂଚନାମିଳିଛି ।
ଆହତ ମାନଙ୍କ ମଧ୍ୟରୁ ପାଖାପାଖି ୧୫ ଜଣ ଗୁରୁତର ଆହତ ହୋଇପଡିଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଲୋକ ଏବଂ ଦମକଳ ବାହିନୀଙ୍କ ଦ୍ୱାରା ଉଦ୍ଧାର କରାଯାଇ କୋଟଗଡ଼, ତୁମୁଡିବନ୍ଧ ଏବଂ ବାଲିଗୁଡା ମେଡିକାଲରେ ଚିକିତ୍ସା କରାଯାଉଛି । ସୂଚନା ଅନୁଯାଇ ଉକ୍ତ ବସ୍ ଟି ଦୈନନ୍ଦିନ ଭଳି ଆଜି ବି ରାୟଗଡା ଜିଲ୍ଲା ମୁନିଗୁଡାଠାରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇଁ ଫୁଲବାଣୀ ଅଭିମୁଖେ ବାହାରିଥିଲା । କିନ୍ତୁ ହଠାତ୍ ପଣ୍ଡାଇର୍ପି ପାଖରେ ବସ୍ର ଚକ ଫାଟିଯିବାରୁ ତାହ ନିୟନ୍ତ୍ରଣ ହରାଇ ଓଲଟି ପଡିଲା ।