Pratidin TV

Odisha's Digital News Platform

କମିଶନରେଟ୍ ପୋଲିସର କଡା ନିର୍ଦ୍ଦେଶ ; ଏଣିକି ୧୫ ଦିନକୁ ହେବ ଫିଟନେସ୍ ଟେଷ୍ଟ, ବାଦ୍ ପଡିଲେ ..

1 min read

ଭୁୁବନେଶ୍ୱର :ରାଜଧାନୀରେ ପ୍ରତ୍ୟକଦିନ ଦୁର୍ବୁତ୍ତମାନଙ୍କ ବଢୁଥିବା ସାହସ କୁ ଦେଖି ଚିନ୍ତାରେ କମିଶନରେଟ୍ ପୋଲିସ୍ । ଏନେଇ ଆଜି ଗଣମାଧ୍ୟମ ଆଗରେ ଏକ କଡା ନିଷ୍ପତ୍ତି ନେଇଛନ୍ତି ଡିସିପି ପ୍ରତୀକ ସିଂ । ସେ କହିଛନ୍ତି ଯେ ପୋଲିସ ମାନେ ଯଦି ଫିଟ୍ ରହିବେ ତେବେ ଚୋର କିମ୍ବା ଦୁର୍ବୁତ୍ତ ସେମାନଙ୍କୁ ଚକମା ଦେଇପାରିବ ନାହିଁ । ପୋଲିସମାନେ ଫିଟ୍ ରହିବା ଅତ୍ୟାନ୍ତ ଜରୁରୀ । ସମସ୍ତ ପୋଲିସ କର୍ମଚାରୀ ଶାରିରୀକ ଓ ମାନସିକ ଭାବେ ସୁସ୍ଥ ବା ଫିଟ୍ ରହିବା ଅତ୍ୟନ୍ତ ଆବଶ୍ୟକ । ତେବେ ପ୍ରତି ୧୫ ଦିନରେ ପୋଲିସ କର୍ମଚାରୀଙ୍କ ଓଜନ ମାପ କରାଯିବ ବୋଲି ଭୁବନେଶ୍ୱର ଅର୍ବାନ ପୋଲିସ ଜିଲ୍ଲାର କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି । ନିର୍ଦ୍ଦେଶ ଜାରି କରିଛନ୍ତି ଖୋଦ୍ ଡିସିପି ।

ତାସହ ଖିଲାପକାରୀଙ୍କୁ ଅର୍ଡଲି ରୁମ ଦାୟିତ୍ୱ ଦିଆଯିବ । ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରଖିବାକୁ ପଦକ୍ଷେପ ନିଆଯିବ । ପ୍ରତିଦିନ ସକାଳୁ ଓ ଅପରାହ୍ଣରେ ଫିଜିକାଲ ଟ୍ରେନିଂ, ଫିଟନେସ ଓ ସଫେଇ ଉପରେ ଗୁରୁତ୍ୱ ଦିଆଯିବ । ସେହିଭଳିପ୍ରତିମାସରେ ୮୦ ପ୍ରତିଶତ ଉପସ୍ଥାନ ବାଧ୍ୟତା ମୂଳକ ବୋଲି କହିଛନ୍ତି ଡିସିପି । ୟୁନିଫର୍ମରେ ପୋଲିସ କର୍ମଚାରୀ ସ୍ମାର୍ଟ ଦେଖାଯିବା ସହ ଆକ୍ଟିଭ ରହିବା ଉପରେ ଗୁରୁତ୍ୱ ଦିଆଯାଇଛି ।

Advertisement

ତେବେ ଏସବୁ ନିର୍ଦ୍ଦେଶ APR, DPO, CP ହେଡକ୍ୱାର୍ଟର୍ସ, ଟିମ୍ ୬୦, OSAP ମୋବିଲାଇଜଇଡ୍ ଫୋର୍ସ ପାଇଁ ଜାରି ହୋଇଛି ବୋଲି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

୭ଟି କଡା ନିୟମ –

– ଡ୍ୟୁଟିରେ ସୁବିଧା ଅନୁସାରେ ସକାଳ ୬ଟା ଓ ସନ୍ଧ୍ୟା ୪ଟାରେ ନିଜ ନିଜ କ୍ୟାମ୍ପସରେ ବ୍ୟାୟାମ କରିବେ
– ବାୟାମ ପୂର୍ବରୁ ପ୍ରତ୍ୟେକ ପୋଲିସ କର୍ମଚାରୀ ଦେବେ ଉପସ୍ଥାନ, ମାସକୁ ୮୦%ରୁ ଯେପରି କମ୍ ନହେବ
– ପ୍ରତ୍ୟେକ ପୋଲିସ କର୍ମଚାରୀଙ୍କ ଓଜନକୁ ପ୍ରାଧାନ୍ୟ, ନିୟମିତ ତଦାରଖ କରାଯିବ
– ଶାରୀରିକ ଉନ୍ନତିକୁ ପ୍ରତ୍ୟେକ ୪୦ ଦିନରେ ରେକର୍ଡ କରାଯିବ
– ଡିଫଲ୍ଟଟର ଗୁଡିକ କ୍ରମାଗତ କୋଠରୀରେ ରଖାଯିବ
– ତମାଖୁ ଦ୍ରବ୍ୟ ଏବଂ ମଦ୍ୟପାନର ବ୍ୟବହାର ନକରିବାକୁ ଚାପ ଦିଆଯିବ
– ୟୁନିଫର୍ମରେ ସ୍ମାର୍ଟ ଲୁକକୁ ଗୁରୁତ୍ୱ ଦିଆଯିବ

Leave a Reply

Your email address will not be published. Required fields are marked *