Pratidin TV

Odisha's Digital News Platform

ବାଟବଣା ହେଉଛି ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନା ; ଅଖା ଘରେ କଟୁଛି ଦିନ , ପ୍ରକୃତ ଗରିବ ହିତାଧିକାରୀ ଭଗବାନଙ୍କୁ ମିଳୁନି ଘର !

1 min read

ଢେଙ୍କାନାଳ : ପ୍ରଶାସନର ଅବହେଳା ବା ଠକାମି କହିଲେ କିଛି ଭୁଲ ହେବ ନାହିଁ । ପ୍ରଧାନମନ୍ତ୍ରୀ ବନାଇଥିବା ଆବାସିକ ଯୋଜନାରେ କଣ ପ୍ରକୃତ ଗରିବ ହିତାଧିକାରୀ ଉପକୃତ ହେଉଛି । ଏହାର ସତ୍ୟାତା ଜାଣିବା ପାଇଁ ଆମ ପ୍ରତିଦିନ ଟିମ୍ ପହଞ୍ଚିଥିଲା ଢେଙ୍କାନାଳ ଓଡାପଡା ବ୍ଲକ ଗଦାଶିଳା ଗ୍ରାମରେ କ୍ଷ ଆଉ ସେଠାରେ ଯେଉଁ ଦୃଶ୍ୟ ଦେଖିଥିଲେ ସେଥିôରୁ ଜଣାପଡିଲା ଯେ ଉଡିଶା ରାଜ୍ୟରେ ଆବାସିକ ଯୋଜନା ପ୍ରକୃତ ଗରିବଟିଏ ପାଖରେ ପହଞ୍ଚିପାରୁନି । ପ୍ରଶାସନର କିଛି ପାଦତଳ ଚିହ୍ନା ଜଣ। ଲୋକହିଁ ଏହାର ଫାଇଦା ଉଠାଉଥିଲା ବେଳେ, ବାଟବଣା ହେଉଛି ସରକାରଙ୍କ ଏହି ଯୋଜନା ।

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର ଗଦାଶୀଳା ଗ୍ରାମର ଭଗବାନ ନାୟକ । ଗୋଟିଏ ଆମ୍ବ ଗଛ ମୂଳରେ ଛିଣ୍ଡା ଜରି ଓ ଅଖା ବସ୍ତା ଘେରା ଝାଟି ଘର ଭିତରେ କଟୁଛି ତାଙ୍କ ଜୀବନ । , ଦିନ ମଜୁରିଆ ଭାବରେ କୋଉଠି ଘର ଛପର ତ କୋଉଠି ବାଲି ସମେଣ୍ଟ କାମ ନହେଲେ କାହାର ଧାନ ବେଙ୍ଗଳା କରି କଷ୍ଟରେ ପେଟ ପୋଶୁଛନ୍ତି । ଭଙ୍ଗା କୁଡ଼ିଆ ଭିତର ର ଅବସ୍ଥା ତାଙ୍କ ସ୍ଥିତି ପରିସ୍ଥିତି ର କାହାଣୀ କହୁଛି । ଯୋଉଦିନ କାମ ମିଳେ ସେଦିନ କୁଡ଼ିଆ ରେ ଚୁଲି ଜଳେ ନଚେତ ଗାଁ ଲୋକଙ୍କ ଦୟା କୁ ଅପେକ୍ଷା କରନ୍ତି ଭଗବାନ । ବିଗତ ୫ ବର୍ଷ ଧରି ସେ ଏପରି କୁଡ଼ିଆ ରେ ରହିଆସୁଛନ୍ତି ।

Advertisement

ଭଗବାନ ସମସ୍ତ ସରକାରୀ ଯୋଜନା ରୁ ବଂଚିତ ଅଛନ୍ତି । ଶାରୀରିକ ଅସୁସ୍ଥତା (hydrosil) ସତ୍ୱେ କଷ୍ଟ ଯନ୍ତ୍ରଣା ରେ ମଜୁରୀ କାମ କରୁଛନ୍ତି । ନିହାତି ଅସ୍ତ୍ରପଚାର ଆବଶ୍ୟକ, କିନ୍ତୁ ଅର୍ଥ ଅଭାବ ସାଜିଲା ବାଧକ । ପଂଚାୟତ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟାନ୍ତ ହାରି -ଗୁହାରି କରିବା ସତ୍ୱେ ତାଙ୍କ ଦୁଃଖ କେହି ଶୁଣୁ ନାହାନ୍ତି । ତାଙ୍କର ହତାଶ ମୁହଁ ସୂଚିତ କରୁଛି ସରକ।ରି ଯୋଜନା କାହାଲାଗି ।

ଅସହାୟ ଭଗବାନ କୁ ନା ମିଳିଛି ଅନ୍ତୋଦୟ ଚାଉଳ, ନା ଶ୍ରମ କାର୍ଡ, ନା ବିଜୁ ପକା ଘର, ନା  biju ସ୍ୱାସ୍ଥ୍ୟ କାର୍ଡ, ଭାଗ ଚାଷ କରୁଥିଲେ ବି କାଳିଆ ଯୋଜନା ରୁ ବାଦ ପଡିଛନ୍ତି, ବିଜୁଳି ଆଲୁଅ କଣ ସେ ଜାଣିନାହାନ୍ତି । ଲଣ୍ଠନ ଆଲୁଅ ତାଙ୍କର ଅନ୍ଧାର ସାଥି । ଭଗବାନ ସମସ୍ତ ସରକାରୀ ଯୋଜନା ପାଇବାକୁ ଯୋଗ୍ୟ ବୋଲି ଗଦାଶିଲା ସରପଞ୍ଚ ଓ ସମିତି ସଭ୍ୟ ହାତ କାଟି ଲେଖିଦେବା ପରେ ବି ପ୍ରଶାସନ ଆଖି ଫିଟୁନି । ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟ ଠାରୁ ନେଇ ଓଡାପଡା ଗୋଷ୍ଠୀ ଉନୟନ ଅଧିକାରୀଙ୍କ ନିକଟରେ ଅନେକବାର ସେ ଗୁହାରି କରିବା ପରେ କୌଣସି ସୁଫଳ ପାଇଲେ ନାହିଁ । ନିରାଶ ମନ ଆଉ ହତାଶ ଆଖି ହିଁ ଭଗବାନ ଙ୍କ ଦୁର୍ଦଶା ବଖାଣୁଛି । ତାଙ୍କ ଲାଗି ଗ୍ରାମବାସୀମାନେ ମଧ୍ୟ ବିଭିନ୍ନ ସମୟରେ ସରକାରୀ ଅଧିକାରୀଙ୍କୁ ଅବଗତ କରିଆସୁଛନ୍ତି । ତେବେ ଦେଖିବା ବାକି ରହିଲା ଯେ ସରକାରଙ୍କ ସବୁ ଯୋଜନାର, ଠିକଣା କେବେ ଭଗବାନଙ୍କ ଘର ବାଟଦେଇ ଆସୁଛି । ନା ଏମିତି ଅସହାୟ ଅବସ୍ଥାରେ ଭଗବାନଙ୍କ ଦିନ କଟୁଛି।

Leave a Reply

Your email address will not be published. Required fields are marked *