Pratidin TV

Odisha's Digital News Platform

(ଭିଡିଓ)ସାରା ପରିବାର ରୋଗଗ୍ରସ୍ତ : ନିଜେ ରୋଗୀଣା ଅବସ୍ଥାରେ ୪ ବର୍ଷର ପୁଅ ପାଇଁ ମାଗୁଛି ଭିକ, ଏବେ କିଏ ହେବ ଏ ଅସହାୟ ପରିବାରର ସାହା ?

1 min read

ଭଦ୍ରକ : କିଛି ଦୃଶ୍ୟ ଆପଣଙ୍କୁ ବ୍ୟଥିତ, ଜଣେ ମା ତା ସନ୍ତାନ ପାଇଁ କଣ କଣ କରିପାରେ ତାହା ଆପଣଙ୍କୁ ଏହି ଖବରରୁ ଜଣାପଡିବ । ଯେତେବେଳେ କଥା ନିଜ ସନ୍ତାନ ଉପରେ ଆସିଯାଏ । ସବୁ ଅସମ୍ଭବକୁ ସମ୍ଭବ କରି ଦେଖାଏ ଜଣେ ମାଁ । ଏଠାରେ ମଧ୍ୟ ଆମେ ସେପରି ଜଣେ ମାଙ୍କ ବିଷୟରେ କହୁଛୁ । ଯିଏ ନିଜେ ଏକ ସାଙ୍ଘାତିକ ରୋଗରେ ଥାଇ ମଧ୍ୟ ନିଜ ୪ ବର୍ଷର ଶିଶୁ ଜୀବନ ବଞ୍ଚାଇବା ପାଇଁ ଘର ଘର ବୁଲି କାନି ପାତିଛି । ମାତ୍ର ୪ବର୍ଷ ବୟସରେ ହାଇଡ୍ରୋସ ଟ୍ୟୁମର ହୋଇଥିବା ଖବର ଯାହା ଏବେ ଏହି ପରିବାରର ଦୁଃଖ ଯନ୍ତ୍ରଣାକୁ ଆହୁରି ବଢେଇ ଦେଇଛି।

Advertisement

ପରିବାରର ମୁଖ୍ୟ ରୋଜଗାରିଆ ସ୍ବାମୀ ଲିଭର ଜନିତ ରୋଗରେ ପୀଡ଼ିତ ଥିବାବେଳେ ସ୍ତ୍ରୀ ବି ଟ୍ୟୁମରରେ ପୀଡ଼ିତ ଅଛନ୍ତି। ଆଉ ଏବେ ଛୋଟ ପୁଅର ଏଭଳି ଅବସ୍ଥାରେ ଭାଙ୍ଗି ପଡ଼ିଛି ସମ୍ପୂର୍ଣ ପରିବାର। ଖାଇବାକୁ ରାସନ ମିଳୁନଥିବା ବେଳେ ପୁଅର ଔଷଧ ଖର୍ଚ୍ଚ ଲାଗି ମାସକୁ ୧୦ହଜାର ଟଙ୍କା ଆବଶ୍ୟକ ପଡୁଛି। ଆଉ ଏବେ ଅପରେସନ ପାଇଁ ଦେଢ଼ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବାବେଳେ ଯଦି ଅପରେସନ ହେବାରେ ବିଳମ୍ୱ ହୁଏ ତେବେ ପୁଅକୁ ହରେଇବାକୁ ପଡିପାରେ ବୋଲି ସିଧା ସିଧା କହିଛନ୍ତି ଭୁବନେଶ୍ଵର କିମ୍ସ ଡାକ୍ତର। ଆଉ ଏ ନେଇ ବିଚରା ମା ପ୍ରତିଦିନ ଭିକ୍ଷା କରିବାକୁ ବାଧ୍ୟ ହେଉଛି। ଚାନ୍ଦବାଲିର ବିଡ଼ିଓ,ତହସିଲଦାର ଅଫିସରେ ଗୁହାରୀ କରିବା ପରେ ମଧ୍ୟ କୌଣସି ସାହାଯ୍ୟ ସହାୟତା ମିଳିପାରି ନାହିଁ। ଏମିତିକି ବିଧାୟକଙ୍କ ପାଖକୁ ଯାଇ ମଧ୍ୟ ନିରାଶ ହୋଇ ଫେରିଛନ୍ତି ଚାନ୍ଦବାଲି ବାଲିଗାଁର ଅସହାୟ ଜଗା ଦାସଙ୍କ ସ୍ତ୍ରୀ ଲକ୍ଷ୍ମୀ ଦାସ।

ଏକାପରେ ଭଦ୍ରକ ଜିଲ୍ଲାପାଳଙ୍କ ପାଖକୁ ସାହାଯ୍ୟ ପାଇଁ ଧାଇଁ ଆସିଥିଲେ ଅସହାୟ ମା। ଆଉ ନିଜ କୋହ ଭରା କଣ୍ଠରେ କାନ୍ଦି ଜଣାଇଥିଲେ ନିଜର ଦୁଃଖକୁ । ଆଉ ଏ ସମସ୍ତ ତଥ୍ୟ ଜାଣିବା ପରେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ମୋହାଦୟ ହୃଦୟଙ୍ଗମ କରି ତୁରନ୍ତ ୫ହଜାର ଟଙ୍କା ରେଡ କ୍ରସ ପାଣ୍ଠିରୁ ଆଣି ହାତରେ ଧରାଇବା ସଙ୍ଗେ ସଙ୍ଗେ ଚିକିତ୍ସା ଓ ରାସନ କାର୍ଡ କରେଇବା ପାଇଁ ପ୍ରତିଶ୍ରୁତି ଦେଲେ।ଯାହା ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *