Pratidin TV

Odisha's Digital News Platform

ଚର୍ଚ୍ଚାରେ ପାକିସ୍ତାନୀ ସିଙ୍ଗର : ଇଷ୍ଟାରେ ଟ୍ରେଣ୍ଡ କରୁଛି ‘କାହାନୀ ସୁନୋ’ , ଜାଣନ୍ତୁ କିଏ ଏହି ସିଙ୍ଗର ?

1 min read

ନୂଆଦିଲ୍ଲୀ : ସୋସିଅଲ ମିଡିଆରେ ଟ୍ରେଣ୍ଡ କରୁଛି କାହାନୀ ସୁନୋ -୨.୦ ସଙ୍ଗ୍ । ଇଷ୍ଟାଗ୍ରାମ ରିଲ୍‌ସରେ କ୍ରେଜ୍ ସୃଷ୍ଟି କରିଛି । ବର୍ତ୍ତମାନ ଯୁବପୀଢିଙ୍କ କଲରଟ୍ୟୁନ୍ , ହାଲୋଟ୍ୟୁନ୍ , ଇଷ୍ଟା,ହ୍ୱାଟସ୍ ଆପ୍ , ଫେସ୍ ବୁକରେ ନଜର ଆସୁଛି ଏହି ଗୀତ । ଏହି ଗୀତଟି କେବଳ ପାକିସ୍ତାନ ନୁହେଁ ବରଂ ଭାରତରେ ମଧ୍ୟ ନିଜର କ୍ରେଜ୍ ଦେଖାଇଛି । ଗୀତଟି ଭିଉଜ୍‌ରେ ୮୦ ମିଲିୟନ କ୍ରସ୍ କରିବା ପରେ ଗୀତଟିକୁ ଗାଇଥିବା ୨୬ ବର୍ଷିୟ ପାକିସ୍ତାନୀ ୟୁଟ୍ୟୁବର ରାତାରାତି ଷ୍ଟାର ବନିଯାଇଛନ୍ତି । ଯାହକୁ ନେଇ ବର୍ତ୍ଥମାନ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସିଙ୍ଗର ‘କେଫି ଖାଲିଲ୍‌’ ।

ଇଷ୍ଟାଗ୍ରାମରେ ପ୍ରତ୍ୟକ ଦିନ କିଛିନା କିଛି ଗୀତ ଭାଇରାଲ ହେବା ସହ ଟ୍ରେଣ୍ଡରେ ଚାଲୁଛି । କିନ୍ତୁ ସବୁ ହିଟ୍ସ ସଙ୍ଗଗୁଡିକୁ ପଛରେ ପକାଇଛି ପାକିସ୍ତାନୀ ସଙ୍ଗ୍ ‘କାହାନୀ ସୁନୋ’ । ଯିଏବି ଶୁଣୁଛି ଏହି ଗୀତକୁ ତାର ଦିବାନା ବନିଯାଉଛି । ତେବେ ଏହି ଗୀତଟି ପାକିସ୍ତାନୀ ହିଟ୍ ସିରିୟଲ୍ ‘ମୁଝେ ପ୍ୟାର୍ ହୁଆଥା’ ର ଟାଇଟଲ୍ ସଙ୍ଗରେ ନଜର ଆସିଛି । ଆପଣମାନେ ବି ଥରେ ଶୁଣିଲେ ଜାଣିଯିବେ ଯେ ଏହି ଗୀତଟି କେତେ ମାତ୍ରାରେ ଲୋକମାନଙ୍କୁ ପ୍ରଭାବିତ କରୁଛି । ମାତ୍ର ୨୬ ବର୍ଷ ବୟସରେ ନିଜ ସ୍ୱରରେ ଲୋକମାନଙ୍କ ପ୍ରାଭବିତ କରିଥିବା କେଫି ଖାଲିଲଙ୍କୁ ନେଇ ଏବେ ଚାରିଆଡେ ଚାଲିଛି ଚର୍ଚ୍ଚା ।

Advertisement
https://www.instagram.com/reel/Cnyxf_ng7cd/?utm_source=ig_web_copy_link

୨୦୧୫ ରେ ଏକ ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ କେଫି । ୟୁଟ୍ୟୁବ୍‌ରେ ଚ୍ୟାନେଲ ଖୋଲିବା ଯେତିକି ସହଜ ଥିଲା ସେଥିରେ ଭାଇରାଲ ବା ନିଜର ଏକ ପରିଚୟ ସୃଷ୍ଟି କରିବା ସେତିକି କଷ୍ଟ । କିନ୍ତୁ କେଫି ହାରମାନିନଥିଲେ । ସେ ୟୁଟ୍ୟୁବ୍‌ରେ ଅନେକଗୁଡିଏ ଗୀତ ପୋଷ୍ଟ କରି ଲୋକମାନଙ୍କ ମନରେ ଧିରେ ଧିରେ ଜାଗା ତିଆରି କରିବାକୁ ଲାଗିଥିଲେ । ଯାହଫଳରେ ଆଜି ତାଙ୍କ ଗୀତ କେବଳ ପାକ୍‌ରେ ସୀମିତ ନାହିଁ । ବରଂ ଅନ୍ୟ ଦେଶଗୁଡିକରେ ମଧ୍ୟ ପ୍ରଶଂସା ସାଉଁଟୁଛି । କେଢିଙ୍କ ‘କନା ୟାରୀ , ମନେ ତବେ ଦୋସ୍ତ’ ଗୀତଟି ଲୋକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏହାପରେ ସେ କାହାନୀ ସୁନୋ ଗୀତ ପାଇଁ ବଛାଯାଇଥିଲେ । ଯାହା ରିଲିଜ୍ ହେବାପରେ ତାଙ୍କୁ ରାତରାତି ଷ୍ଟାର ବନାଇଦେଇଛି ।
ଗୀତଟି ୮୦ ମିଲିୟନ ପାର୍ କରିବାପରେ ୧୦୦ ବିଲିୟନ ଆଶା ରଖି ସଫଳତାର ପାହାଚ ଚଢୁଛି । କିନ୍ତୁ ଏହି ଫେମସ୍ ସିଙ୍ଗରଙ୍କ ବାସ୍ତବ ଜୀବନ କିଛି ଅଲଗା । ଯାହା ଆପଣମାନେ ଜାଣିବା ପରେ ତାଙ୍କ ସ୍ୱରରେ ଥିବା କଷ୍ଟକୁ ଯନ୍ତ୍ରଘାକୁ ଅନୁଭବ କରିପାରିବେ ।

କେଫି ଖଲିଲ୍ ପିଲାଦିନରୁହିଁ ଗୀତ ଗାଇବାକୁ ପସନ୍ଦ କରନ୍ତି । କିନ୍ତୁ ଏହି ସ୍ୱପ୍ନ ପୂରଣ କରିବା ତାଙ୍କ ପାଇଁ ଏତେ ସହଜ ନଥିଲା । ଛୋଟବେଳେ ନିଜ ବାପାଙ୍କୁ ହରାଇ ସବୁ ପରିସ୍ଥିତିକୁ ଆଖି ଆଗରେ ସାମ୍ନା କରିଥିଲେ କେଫି । ପଇସା ଅଈାବରୁ ବଡ ଭାଇଙ୍କୁ ନିଜ ପାଠପଢା ଛାଡୁଥିବାର ଦେଖିଥିଲେ । କିନ୍ତୁ କେଫି କୌଣସି ପରିସ୍ଥିତିରେ ବି ନିଜ ସ୍ୱପ୍ନକୁ ଭାଙ୍ଗିବା ବା ସ୍ୱପ୍ନ ସହ ବୁଝାବଣା କରିବାକୁ ଚାହୁଁନଥିଲେ । ନିଜ ସ୍ୱପ୍ନ ପାଇଁ ସେ ଛୋଟବେଳୁ ହିଁ ଛୋଟମୋଟ କାମ କରିବା ଆରମ୍ଭ କରିଦେଇଥିଲେ । ସେଥିରୁ ଯେଉଁ ଟଙ୍କା ମିଳୁଥିଲା ତାକୁ ନିଜ ଗୀତ ପାଇଁ ଜମାକରୁଥିଲେ । ଏହାପରେ କେଫି ୨୦୧୫ ରେ ନିଜର ଏକ ଚ୍ୟାନେଲ ଖୋଲିଲେ ,ଆଉ ତାପରେ ଆଜି ସେ ଜଣେ ବହୁ ଚର୍ଚ୍ଚିତ ସିଙ୍ଗର । ଏହା ସହ କେଫି ପାରମ୍ପରିକ ଗୀତପାଇଁ କଣ୍ଟେମ୍ପୋରାରି ମ୍ୟୁଜିକ୍ ଦିଅନ୍ତି । କେଫିଙ୍କ ସବୁ ଗୀତଗୁଡିକ ବର୍ତ୍ତମାନ ସ୍ପୋଟିଫାଏ , ୟୁଟ୍ୟୁବ୍ ଆଉ ଆପେଲ୍ ମ୍ୟୁଜିକ୍‌ରେ ଶୁଣିପାରିବେ ।

https://www.youtube.com/watch?v=_XBVWlI8TsQ

Leave a Reply

Your email address will not be published. Required fields are marked *