Pratidin TV

Odisha's Digital News Platform

ଜାଗରରେ ଅଘଟଣ : ଦ୍ୱୀପରୁ ନିଆଁ ଲାଗି ୨ ମହିଳା ଆହତ , ଜଣେ ଗୁରୁତର ..

ନିମାପଡା : ଗତକାଲି ବିଭିନ୍ନ ଶବ୍ୟପିଠ ମାନଙ୍କରେ ଜାଗରଯାତ୍ରା ଉପଲକ୍ଷେ ଭକ୍ତଙ୍କ ଭିଡ଼ ଜମିଥିଲା । କାଲି ସନ୍ଧ୍ୟାରେ ପୁରୀ ଜିଲ୍ଲା ଚାରି ଛକ ଥାନା ନିକଟରେ ଥିବା ବାବା ଅମରେଶର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଜଣେ ମହିଳା ଦ୍ଵୀପ ଯାଳୁଥିବ ସମୟରେ ଅସାବଧାନତା ଯୋଗୁଁ ଦ୍ଵୀପ ରୁ ନିଆଁ ତାଙ୍କ ପିନ୍ଧା ଲୁଗାରେ ଲାଗି ଯାଇଥିଲା ।

ଉକ୍ତ ମହିଳା ଜଣଙ୍କ ଗହଳି ଭିତରେ ଏଣେତେଣେ ଦଉଡି ଥିବା ଶୁଣିବାକୁ ମିଳିଥିଲା ।ମହିଳା ଜଣଙ୍କ ହେଉଛନ୍ତି ନିଆଳି ବ୍ଲକ ଅନ୍ତର୍ଗତ ବିନିଶି ପୁର ଗ୍ରାମର ରିନା ଭୋଇ ବୟସ ୩୫ ବର୍ଷ ବୋଲି ଜଣାପଡିଛି ।ଅନ୍ୟ ଜଣେ ମହିଳା ହେଉଛନ୍ତି ଚାରି ଛକ ଥାନା ଅନ୍ତର୍ଗତ ଜଳଛତ୍ର ଗ୍ରାମର କଲ୍ୟାଣୀ ନାୟକ ନିଆଁ ଲାଗି ଆହତ ହୋଇଛନ୍ତି । ଉଭୟ ଆହତ ମହିଳା ଙ୍କୁ ଘଟଣା ସ୍ଥଳରୁ ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ , ଏ ଏସ ଆଇ କୁଷ୍ଟଚନ୍ଦ୍ର ପୃଷ୍ଟି ପୋଲିସ ପେଟ୍ରୋ ଲିଙ୍ଗ ଗାଡ଼ିରେ ଚିକିତ୍ସା ପାଇଁ ଚାରି ଛକ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମାତ୍ର ରାନୁ ଭୋଇ ଙ୍କ ଶରୀର ୮୦ ଭାଗ ପୋଡି ଯାଇଥିବା ଡ଼ାକ୍ତର ସୂଚନା ଦେଇଛନ୍ତି ।ତେଣୁ ରାନୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତର ଖାନା ଙ୍କୁ ସ୍ତାନାନ୍ତରିତ କରାଯାଇଛି ।

Leave a Reply

Your email address will not be published. Required fields are marked *