Pratidin TV

Odisha's Digital News Platform

ଅଧିକ ମାତ୍ରାରେ ଝଡୁଛିକି କେଶ ! ତେବେ କରନ୍ତୁ ଏସବୁ ଘରୋଇ ଉପଚାର ..

1 min read

ଆଜିକାଲି ବ୍ୟସ୍ତ ବହୁଳ ଜୀବନ ଶୈଳିରେ ଆମେମାନେ ନିଜ ତ୍ୱଜା ଏବଂ କେଶର ଜତ୍ନ ନେବା କେମିକାଲ ପ୍ରଡକ୍ଟ ଉପରେ ନିର୍ଭର କରୁଛେ । ଯାହା ଅତି ସହଜରେ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର ମଧ୍ୟ କରିପାରୁଛେ । କିନ୍ତୁ କଣ ସେହି ସବୁ ଜିନିଷ ଆପଣଙ୍କ କେଶ ସମସ୍ୟାର ସମାଧାନ କରୁଛି ?

ଆଜିକାଲି ଯୁବ ପୀଢିଙ୍କ କେଶ ଶୀଘ୍ର ଧଳାପଡିବା ସହ ଅଧିକାମାତ୍ରାରେ ଝଡିବାକୁ ଲାଗୁଛି । ଏକ ସର୍ଭେରୁ ଜଣାପଡିଛି ଦେଶରେ ପ୍ରତି ୧୦ ଜଣଙ୍କ ମଧ୍ୟରେ ୬ ଜଣଙ୍କର କେଶ ଛଡିବା ସମସ୍ୟା ଦେଖାଦେଇଛି । ଏମିତି ଖାଦ୍ୟପାନୀୟ ଅବହେଳା ଓ ଅତ୍ୟାଧିକ ଚିନ୍ତା ଯୋଗୁ ମଧ୍ୟ କେଶ ଛଡିଥାଏ । କିନ୍ତୁ ଏହାର ପରିମାଣ ଅଧିକା ମାତ୍ରାରେ ହେଲେ ଏହା ଏକ ସମସ୍ୟାରେ ପରିଣତ ହୋଇଯାଏ ।

Advertisement

ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ଘରୋଇ ଉପାୟର କମିବ କେଶ ଛଡା –
୧.ମସାଜ୍
– ଚୁଟି ମୂଳକୁ ପ୍ରତ୍ୟକଦିନ ଅତିକମ୍‌ରେ ଥରେ ମସାଜ୍ କରନ୍ତୁ ନିଜ ହାତରେ ।
୨.ନଡିଆତେଲ – ନଡିଆତେଲ କେଶପାଇଁ ଖୁବ୍ ଲାଭ ଦାୟକ ହୋଇଥାଏ । ଏଥିରେ ଥିବା ମାଇକ୍ରୋବାୟୋଟନିକ୍ କେଶ ମୂଳକୁ ମଜବୁତ୍ କରିଥାଏ ।
୩. ଅଁଳା– ଅଁଳାରେ ଜରୁରି ଫାଟିଏସିଡ୍ ଥାଏ ଯାହା କେଶକୁ ମଜବୁତ କରିବା ସହ ଏଥିରେ ଥିବା ଭିଟାମିନ ସି କେଶକୁ ଧଳା ପଡିବାରୁ ସୁରକ୍ଷା ଦେଇଥାଏ ।
୪. କ୍ୟାଷ୍ଟର ତେଲ – ଏହା କେଶପାଇଁ ଏକ ଚତ୍ମକାରୀ କାମ କରିଥାଏ । ଏଥିରେ ପ୍ରୋଟିନ୍ , ଭିଟାମିନ୍‌-ଇ ଏବଂ କେତେକ ମିନିରାଲ ଥାଏ । ଏହାକୁ ସିଧା ବ୍ୟବହାର ନକରି ନଡିଆ ତେଲ କିମ୍ବା ଅଲିଭ୍ ଅଏଲ୍ ସହ ମିଶାଇ କେଶରେ ମାଲିସ୍ କରନ୍ତୁ । କେଶ ଛଡା ସମସ୍ୟାରୁ ମୁକ୍ତି ମିଳିବ ।
୫.ପିଆଜ ରସ– ପିଆଜରସକୁ ମୁଣ୍ଡରେ ଲଗାଇବା ଦ୍ୱାରା ବ୍ଲଡ ସରକୁଲେସନ୍ ହୋଇଥାଏ । ଯାହାଦ୍ୱାରା ଚୁଟି ମଜବୁତ୍ ହେବା ସହ ଛଡିବା କମିଥାଏ ଏବଂ ଶୀଘ୍ର ବଢିଥାଏା ଏହାକୁ ସିଧା ବ୍ୟବହାର କରିବା ସହ ନଡିଆତେଲ ସହ ମଧ୍ୟ ବ୍ୟବହାର କରିପାରିବେ ।
୬.ଲେମ୍ବୁ– ଏହାକୁ ନଡିଆ କିମ୍ବା ସୋରିଷ ତେଲ ସହ ମିଶାଇ ଲଗାଇବା ଦ୍ୱାରା କେଶ ଶୀଘ୍ର ବଢିଥାଏ ।
୭. ଅଣ୍ଡାର ମାସ୍କ-ଏଥିରେ ଥିବା କ୍ୟାରୋଟିନ୍ ଓ ପ୍ରୋଟିନ୍ ଦୁମୁହଁ କେଶ ସହ ଛିଡାକେଶର ସମସ୍ୟାକୁ ମଧ୍ୟ ଦୂର କରିଥାଏ । ୨ଟି ଅଣ୍ଡାରେ ୨ ଚାମଚ୍ ଦହି ମିଶାଇ ମୁଣ୍ଡରେ ୩୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ତାପରେ ସାମ୍ପୁ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *