Pratidin TV

Odisha's Digital News Platform

ବାଇକ୍‌କୁ ଧକ୍କା ଦେଲା ମାକ୍ସ ପିକଅପ୍ , ଚାଲିଗଲା ୨ ଭାଇଙ୍କ ଜୀବନ ..

1 min read

ରାୟଗଡା :ଏକାସାଙ୍ଗରେ ଆରପାରିକୁ ଚାଲିଗଲେ ଦୁଇ ଭାଇ । ଫାଟିପଡୁଛି ଗାଦାଣ୍ଡ , ଦୁଃଖ ବିସାଦରେ ପରିବାର । ସୂଚନାଯୋଗ୍ୟ ଯେ ଗତକାଲି ରାୟଗଡ଼ା ଜିଲ୍ଲା ଚାନ୍ଦିଲୀ ଥାନା ଅନ୍ତର୍ଗତ ଗେଟିପଡା ଗାଁ ବ୍ରିଜ ନିକଟରେ ଏକ ଭୟଙ୍କର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ମାକ୍ସ ପିକଅପ୍ ବାଇକ୍‌କୁ ଧକ୍କା ଦେବାଫଳରେ ବାଇକରେ ଥିବା ଦୁଇଭାଇ ରାସ୍ତାରେ ଛିଟ୍‌କି ପଡିଥିଲେ । ଯେଉଁଥିରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Advertisement

ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କ ପରିଚୟ ମିଳିଛି ସେମାନେ ହେଲେ କୋଲନରା ବ୍ଲକ୍ ରାମପୁର ଗାଁର ମନୋଜ ବେନିଆ ଓ ବୁଲୁ ବେନିଆ । ଉଭୟ ସମ୍ପର୍କୀୟ ଭାଈ ବୋଲି ଜଣାପଡ଼ିଛି ଘଟଣା ସ୍ଥଳରେ ଚାନ୍ଦିଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ମାସ୍କ ପିକ୍‌ଅପ୍ ଡ୍ରାଇଭର ଏପରି ଅଘଟଣା ଘଟାଇଥିବାରୁ ସେଠାରେ ଉତ୍ତେଜନା ସୃଷ୍ଠି ହୋଇଛି। କ୍ଷତିପୂରଣ ଦାବିରେ ପରିବାର ବର୍ଗ ଓ ଅଞ୍ଚବାସୀଙ୍କ ପକ୍ଷରୁ ରାୟଗଡ଼ା କଲ୍ୟାଣସିଂହପୁର କୁ ଯାତାୟତ କରୁଥିବା ରାସ୍ତା ଅବରୋଧ କରଯାଇଛି। ଫଳରେ ଯାନବାହନ ଚଳାଚଳ ବନ୍ଦ ଅଛି। ପୋଲିସ ପକ୍ଷରୁ ଲୋକଙ୍କୁ ବୁଝାସୁଝା କରାଯାଉଛି।

Leave a Reply

Your email address will not be published. Required fields are marked *