Pratidin TV

Odisha's Digital News Platform

ତୁର୍କୀରେ ଭୂକମ୍ପ ତାଣ୍ଡବ : ରେସ୍କ୍ୟୁ ସାରି ଭାରତ ଫେରିଲା ‘ଅପରେଶନ ଦୋସ୍ତ’, ପ୍ରଶଂସା କରି ମୋଦି କହିଲେ ଏପରି ..

1 min read

ନୂଆଦିଲ୍ଲୀ : ଅପରେଶନ୍ ଦୋସ୍ତକୁ ପ୍ରଶଂସା କଲେ ମୋଦି । ଭୂମିକମ୍ପରେ ପ୍ରଭାବିତ ତୁର୍କୀରେ ଦୁଇ ସପ୍ତାହ ଧରି ମେଡିକାଲ ରିଲିଫ୍ ଅପରେଶନ୍ ସାରି ଆର୍ମିର ମେଡିକାଲ ଟିମ୍ ସୋମବାର ଭାରତ ଫେରିଛନ୍ତି । ବର୍ହିବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଟୁଇଟର ପୋଷ୍ଟ ଜରିଆରେ ଏହାର ସୂଚନା ଦେଇଛନ୍ତି । ଅପରେଶନ୍ ଦୋସ୍ତରେ ସାମିଲ ହୋଇଥିବା ଆର୍ମି ମେଡିକାଲର ୯୯ ଜଣିଆ ଟିମ୍ ସୋମବାର ଦିନ ଗାଜିଆବାଦସ୍ଥିତ ହିଣ୍ଡୋନ ଏୟାରବେସ୍‌ରେ ପହଂଚିଥିଲେ । ତୁର୍କୀରୁ ଫେରିଥିବା ସେନା ମେଡିକାଲ ଟିମ୍‌କୁ ପ୍ରଧାନମମନ୍ତ୍ରୀ ମୋଦି ପ୍ରଂଶସା କରି କହିଛନ୍ତି, ଗତ କିଛି ବର୍ଷ ହେବ ଭାରତ ସମଗ୍ର ବିଶ୍ୱରେ ନିଃସ୍ୱାର୍ଥ ଦେଶ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ନେପାଳ ଭୂମିକମ୍ପ ହେଉ ଅବା ମାଲଦ୍ୱୀପ ଏବଂ ଶ୍ରୀଲଙ୍କା ସଙ୍କଟ ପ୍ରତ୍ୟେକ ଦେଶକୁ ସେମାନଙ୍କ ଅସୁବିଧା ସମୟରେ ଭାରତ ପ୍ରଥମେ ସହାୟତାର ହାତ ବଢ଼ାଇଛି । ଏନ୍‌ଡିଆରଏଫ୍ ଉପରେ ଥିବା ଲୋକଙ୍କ ଭରସା ଆଗ ଅପେକ୍ଷା ବଢ଼ିଛି । ବିଶ୍ୱର ସବୁଠୁ ଭଲ ରିଲିଫ୍ ଏବଂ ରେସ୍କ୍ୟୁ ଟିମ୍ ହେବା ଲକ୍ଷରେ ଭାରତ ଥିବା ମୋଦି କହିଛନ୍ତି ।

Advertisement

ସେ ଆଉ ମଧ୍ୟ କହିଥିଲେ ଯେ ଯେତେବେଳେ କେହି ନିଜକୁ ସାହାଯ୍ୟ କରିପାରନ୍ତି, ତୁମେ ତାଙ୍କୁ ଆତ୍ମନିର୍ଭରଶୀଳ ବୋଲି କହିପାରିବ, କିନ୍ତୁ ଯେତେବେଳେ କେହି ଅନ୍ୟକୁ ସାହାଯ୍ୟ କରିବାକୁ ସକ୍ଷମ ହୁଏ, ସେ ନିଃସ୍ୱାର୍ଥପର ଅଟେ । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଆମେ ଯେଉଁଠି ତ୍ରିରଙ୍ଗା ସହିତ ପହଂଚିବା, ଲୋକମାନେ ନିଶ୍ଚିତ ହୁଅନ୍ତି ଯେ ବର୍ତମାନ ଭାରତୀୟ ଦଳ ପହଂଚିଲେ । ପରିସ୍ଥିତି ଭଲ ହେବା ଆରମ୍ଭ ହେବ । ଆମେ କିଛି ସମୟ ପୂର୍ବରୁ ୟୁକ୍ରେନରେ ତ୍ରିରଙ୍ଗର ସମାନ ଭୂମିକା ଦେଖିଥିଲୁ ।

ଏହି ଟିମ୍ ତୁର୍କୀର ଇସ୍କେଣ୍ଡରନ୍ ଏବଂ ହତାୟରେ ପାଖାପାଖି ୩୦ଟି ଫିଲ୍ଡ ହସ୍ପିଟାଲ ପରିଚାଳନା କରୁଥିବାବେଳେ ୪,୦୦୦ ରୋଗୀଙ୍କୁ ଟିମ୍ ପକ୍ଷରୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା । ଗତ ୬ ତାରିଖରେ ପ୍ରଳୟଙ୍କରୀ ଭୂମିକମ୍ପ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ତୁର୍କୀ ଓ ସିରିଆରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ପାଇଁ ଭାରତ ପକ୍ଷରୁ ଅପରେଶନ୍ ଦୋସ୍ତ ଆରମ୍ଭ କରାଯାଇଥିଲା । ଭୂମିକମ୍ପରେ ଦୁଇ ଦେଶର ୪୬,୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *