Pratidin TV

Odisha's Digital News Platform

ଓଡିଶା ହାଇପ୍ରୋଫାଇଲ ମର୍ଡର ମିଷ୍ଟ୍ରି : ଗୋପାଳ ଜଣେ ମାନସିକ ରୋଗୀ ନୁହେଁ ପ୍ରମାଣ କରିବ କ୍ରାଇମବ୍ରାଞ୍ଚ !

ଝାରସୁଗୁଡା : ରାଜ୍ୟର ହାଇପ୍ରୋଫାଇଲ ମର୍ଡର କେସ୍‌ରେ ସାମ୍ନାକୁ ଆସିଛି ବିସ୍ପୋରକ ତଥ୍ୟ । ଯାହା କ୍ରାଇମବ୍ରାଞ୍ଚ
ଏହି ଘଟଣାର ତଦନ୍ତରେ କେଇ ପାଦ ଆଗକୁ ବଢିବାରେ ସାହାର୍ଯ୍ୟ କରିଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଲୋକମାନଙ୍କ ସାମ୍ନାରେ ହତ୍ୟା କରିଥିବା ଏଏସଆଇ ଗୋପାଳ ଦାସ ହତ୍ୟା ପୂର୍ବଦିନ ନିଜ ସୁନା ମୁଦି ବିକ୍ରି କରି ବଡ ଭାଇକୁ ଟଙ୍କା ଦେଇଥିବା ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ।

ହତ୍ୟା କରିବା ପୂର୍ବରୁ ବଡ଼ ଭାଇକୁ ଝାରସୁଗୁଡ଼ାରୁ ଗାଁକୁ ପଠାଇଦେଇଥିଲା ଗୋପାଳ । ଏଥିପାଇଁ ହତ୍ୟାକାଣ୍ଡ ପୂର୍ବଦିନ ଏକ ସୁନା ମୁଦି ବିକ୍ରି କରିଥିଲା । ୮ହଜାର ୫୦୦ ଟଙ୍କାରେ ଝାରସୁଗୁଡ଼ାରେ ସୁନା ମୁଦି ବିକ୍ରି କରି ବଡ଼ ଭାଇକୁ ୬ହଜାର ଟଙ୍କା ଦେଇଥିଲା ଏବଂ ୨୯ ତାରିଖ ସକାଳେ ଷ୍ଟେସନରେ ଛାଡ଼ି ଦେଇଥିଲା ।

ଏହା ସହ ୫ ଶହ ଟଙ୍କାରେ ଏକ ରୂପା ମୁଦି କିଣିଥିଲା ଗୋପାଳ । ଜଣେ ମାନସିକ ରୋଗୀ ମୁଲଚାଲ କରି ମୁଦି ବିକିବା ଓ ପଇସା ଆଣି ହିସାବ କରି ଭାଇକୁ ଦେବା କାମ ଠିକରେ କରିପାରିବ ନାହିଁ । ତେଣୁ ଗୋପାଳ ସୁସ୍ଥ ମସ୍ତିଷ୍କରେ ଗୁଳି କରିଥିଲା ବୋଲି କୋର୍ଟରେ ଦାବି କରିବ କ୍ରାଇମବ୍ରାଞ୍ଚ । ଯାହା କ୍ରାଇମବ୍ରାଞ୍ଚ ପାଇଁ ସପୃକ୍ତ ମାମାଲାରେ ଏକ ବଡ ପଦକ୍ଷେପ ସାଜିବ ବା ବଡ ସଫଳତା ।

Leave a Reply

Your email address will not be published. Required fields are marked *