Pratidin TV

Odisha's Digital News Platform

ଥାଇରଏଡ୍‌ରେ ଏଭଳି ଛୋଟ ଭୁଲ୍ ପଡିପାରେ ଭାରି , ଏହି ୫ ଟି ଜିନିଷରୁ ରୁହନ୍ତୁ ସର୍ବଦା ଦୂରେଇ ..

1 min read

ଭୁବନେଶ୍ୱର : କଣ ଆପଣ ଥାଇରଏଡ୍ ରୋଗୀ ! ତେବେ ଭୁଲରେ ବି କରନ୍ତୁନି ଏଭଳି ଛୋଟ ଛୋଟ ଭୁଲ । ଯାହା ପକାଇପାରେ ଆପଣଙ୍କୁ ବିପଦରେ । ଇଣ୍ଡିଆନ ଥାଇରଏଡ୍ ସୋସାଇଟି ସର୍ଭେ ଅନୁଯାୟୀ ଭାରତରେ ପ୍ରତି ୧୦ ଜଣଙ୍କ ମଧ୍ୟରେ ଜଣେ ଥାଇରଏଡ୍ ରୋଗୀ । ତେବେ ଏହି ରୋଗ ବଢିବା ପଛରେ ଆମର ଦୈନନ୍ଦିନ ଜୀବନର ଖାଦ୍ୟପେୟ ଥାଏ । କାରଣ ଆମେ ଭାରତୀୟ ମାନେ ବିଶେଷ କରି ଆମ ଦୈନନ୍ଦିନ ଜୀବନର ଖାଦ୍ୟପେୟ ଉପରେ ଏତେଟା ଧ୍ୟାନ ଦେଇନଥାଉ । ଡାକ୍ତରଙ୍କ କହିବା ଅନୁଯାୟୀ ଭାରତରେ ଏହା ସବୁଠୁ ବଡ କାରଣ ଥାଇଏଡ୍ ବଢିବାର ।

ଥାଇରଏଡ୍ ଗ୍ଲେଡସ୍ ଆମ ଶରୀରରେ ଆୟୋଡିନ୍ ସହ ମିଶି ଥାଇରଏଡ୍ ହର୍ମୋନ ସୃଷ୍ଟି କରେ । ଏଥିପାଇଁ ଥାଇରଏଡ୍ ରୋଗୀ ଆୟୋଡିନ୍ ବା ଲୁଣ ଅଧିକ ଖାଇବା ଦ୍ୱାରା ଥାଇରଏଡ୍ ବଢିଥାଏ । ତାସହ ଥାଇରଏଡ୍ ରୋଗୀମାନଙ୍କ ଠାରେ ମଧୁମେହ/ଡାଇବେଟିସ୍ ହେବାର ବହୁ ମାତ୍ରାରେ ସମ୍ଭାବନା ଥାଏ । ଏଥିପାଇଁ ଥାଇରଏଡ୍ ରୋଗୀ ନିଜ ଦୈନନ୍ଦିଜ ଜୀବନରେ ଲୁଣ ସହ ଚିନିର ପରିମାଣ ମଧ୍ୟ କମ୍ କରିବା ଆବଶ୍ୟକ ।

Advertisement

ଥାଇରଏଡ୍ ରୋଗୀ କୌଣସିବି ମଇଦା ଜାତୀୟ ଖାଦ୍ୟପଦାର୍ଥ ଗ୍ରହଣ କରିବା କଥାନୁହଁ । କାରଣ ଏହା ଆମ ପେଟରେ ଏସିଡ୍ ବା ଗ୍ୟାସ ସୃଷ୍ଟି କରେ । ଯାହ ଅଟୋ ଇମ୍ୟୁନ ଥାଇରଏଡ୍ କୁ ସୃଷ୍ଟି କରିବାରେ ସାହାର୍ଯ୍ୟ କରେ ।

ଥାଇରଏଡ୍‌ରେ ବ୍ୟକ୍ତି ଗୋଟେ ସମୟରେ ବହୁତ ମାତ୍ରାରେ ଖାଇବା ଦ୍ୱାରା ବ୍ଲଡ୍ ସୁଗାର ବଢିଯାଏ । ସେଥିପାଇଁ ଥାଇରଏଡ୍ ରୋଗୀମାନଙ୍କୁ ଅଳ୍ପ ଅଳ୍ପ କରି ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ । ଏହାସାଙ୍ଗରେ ଲୋଭରେ ହେଉ ବା ଭୋକରେ ଅଧିକ ପରିମାଣର ଖାଦ୍ୟ ଖାଇବା ପରିବର୍ତ୍ତେ । ଦିନସାରା ଅଳ୍ପ ଅଳ୍ପ ଖାଦ୍ୟ ଗ୍ରହଣ କରିବା ଦରକାର ।

ରାତିରେ ଶୀଘ୍ର ଖାଇବାକୁ ଚେଷ୍ଟା କରନ୍ତୁ । କାରଣ ଭୋଜନ ପରେ ଆମ ଶରୀରରୁ ନିର୍ଗତ ଥାଇରଏଡ୍ ହର୍ମୋନ ଶୋଇବା ସମୟରେ ଠିକ୍ ଭାବେ ଖାଦ୍ୟ ସହ ମିଶି ହଜମ୍ ହୋଇପାରୁ ।

ତେବେ ଥାଇରଏଡ୍ ରୋଗୀମାନଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ଏହି ରୋଗୀମାନଙ୍କୁ ମଦ ପିଇବା ଆଦୈା ଉଚିତ୍ ନୁହଁ । ଥାଇରଏଡ୍ ରୋଗୀ ମଦ୍ୟ ପାନ କରିବା ଦ୍ୱାରା ସେମାନଙ୍କୁ ଅଷ୍ଟିୟୋପୋରୋସିସ୍‌ର ବିପଦ ଥାଏ ।

ଅଷ୍ଟୟୋପୋରୋସିସ୍‌ରେ ରୋଗୀର ହାଡ ଓ ଗଣ୍ଠି ଜାଗାଗୁଡିକ ଧିରେ ଧିରେ ଦୁର୍ବଳ ହୋଇଯାଏ । ସାମାନ୍ୟ ଆଘାତରେ ଏହି ରୋଗୀମାନଙ୍କର ହାଡ ଓ ଗଣ୍ଠି ଜାଗା ଭାଙ୍ଗିଯିାବ ଭଳି ଯନ୍ତ୍ରଣା ହୋଇଥାଏ ଏବଂ ଭାଙ୍ଗି ମଧ୍ୟ ଯାଏ ।

Leave a Reply

Your email address will not be published. Required fields are marked *