Pratidin TV

Odisha's Digital News Platform

‘ମୁଁ ମଧୁବାଲାଙ୍କ ଡୁପ୍ଲିକେଟ୍‌’- ଇଷ୍ଟାଗ୍ରାମରେ ଫଟୋ ସେୟା କରି ଏଭଳି କହିଲେ ଧାକଡ୍ କୁଇନ୍ କଙ୍ଗ୍‌ନା ରନାୱତ୍

1 min read

ମୁମ୍ବାଇ : ନିଜ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବଲିଉଡ୍ ଧାକଡ୍ କୁଇନ୍ କଙ୍ଗ୍‌ନା ରନାୱତ୍ । ଏବେ ପୁଣି ନିଜର ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ କଙ୍ଗ୍‌ନା । ସେ ବର୍ତ୍ତମାନ ନିଜକୁ ମଧୁବାଲାଙ୍କ କପି ବୋଲି କହୁଛନ୍ତି । ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି । ପ୍ରାୟ ସବୁ ପ୍ରସଙ୍ଗକୁ ନେଇ ସେ ତାଙ୍କ ବେକାବୁ ବୟାନ ଦେଇ ଆସିଥାଆନ୍ତି ଚର୍ଚ୍ଚକୁ । ଯାହାପାଇଁ କିଛି ବର୍ଷ ଧରି ତାଙ୍କ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରିଦିଆଯାଇଥିଲା । ଅନେକ ସମୟରେ ସେ ନିଜ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ତାଙ୍କ ଫଟୋ ସେୟାର କରିଥାଆନ୍ତି ।

ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଦିନର ଆରମ୍ଭରୁ ଫଟୋର ସିରିଜ ଶେୟାର କରି ଲେଖିଛନ୍ତି, ଯେ ସେ ତାଙ୍କ ଯୌବନ ଅବସ୍ଥାରେ ମଧୁବାଲାଙ୍କ ଭଳି ଦେଖାଯାଉଥିଲେ । କଙ୍ଗନା ମୋଗଲ-ଏ-ଆଜମ ଆକ୍ଟ୍ରେସଙ୍କ ସହ ତାଙ୍କ ଫଟୋ କୋଲାଜ କରି ସେୟାର କରିଛନ୍ତି ଆଉ ଲେଖିଛନ୍ତି, ଯେମିତି ଦର୍ଶକେ କହୁଛନ୍ତି ଯେ ମୁଁ ବଡ ପରଦାରେ ମଧୁବାଲାଙ୍କ ଚରିତ୍ରରେ କାମ କରେ, ଯେତେବେଳେ ମୁଁ ମୋ କ୍ୟାରିୟର ଆରମ୍ଭ କରିଥିଲି ସେତେବେଳେ ମୁଁ ମଧୁବାଲାଙ୍କ ଯବାନି ଦିନର କପି ଲାଗୁଥିଲି, ହେଲେ ଏବେ ଏହା ମୋତେ ଜଣାନାହିଁ । ଏହାସହ କଙ୍ଗନା ତାଙ୍କ କ୍ୟାରିୟର ଆରମ୍ଭର କିଛି ଫଟୋ ବି ସେୟାର କରିଛନ୍ତି । ଗୋଟିଏ ଫଟୋରେ କଙ୍ଗନା ଲେଖିଛନ୍ତି, ହେ ଭଗବାନ ଏହା ଫିଲ୍ମ ଇଣ୍ଡଷ୍ଟ୍ରିରେ ମୋର ପ୍ରଥମ ବର୍ଷ ।

Advertisement

ମଧୁବାଲା ୧୯୪୦, ୫୦ ଓ ୬୦ ଦଶକରେ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ସୁପରଷ୍ଟାରଙ୍କ ମଧ୍ୟରୁ ଜଣେ ଥିଲେ । ଦିଲିପ କୁମାରଙ୍କ ସହ ୧୯୬୦ରେ ତାଙ୍କର ମୁଭି ‘ମୁଗଲ-ଏ-ଆଜମ’ ଭାରତରେ ନିର୍ମାଣ କରାଯାଇଥିବା ସବୁଠାରୁ ବଡ ଫିଲ୍ମ ମଧ୍ୟରୁ ଗୋଟିଏ ଥିଲା । ଆହୁରି କିଛି ହିଟ୍ ଫିଲ୍ମ ମଧ୍ୟ ଭେଟିଦେଇଛନ୍ତି ମଧୁବାଲା ।

Leave a Reply

Your email address will not be published. Required fields are marked *