Pratidin TV

Odisha's Digital News Platform

ହାଇଦ୍ରାବାଦ୍ ପରେ ସୁରଟ୍ : ଦେଶରେ ପୁଣି ବୁଲା କୁକୁର ନେଲା ୨ବର୍ଷ ଶିଶୁର ଜୀବନ …..

1 min read

ସୁରଟ୍ ; ଦେଶରେ ମାତିଛନ୍ତି ବୁଲା କୁକର । ଛୋଟ ଶିଶୁଟୁ ଏକଟିଆ ପାଇଁ ନେଉଛନ୍ତି ଝୁଣି । ନିକଟରେ ହାଇଦ୍ରାବାଦ୍‌ର ଛାତିଥରା ଦୃଶ୍ୟ ହୃଦୟରୁ ଲିଭି ନଥିବା ବେଳେ ଗୁରୁବାର ସୁରଟରେ ଘଟିଯାଇଛି ଏଭଳି ଆଉ ଏକ ଅଘଟଣ । ୨ ବର୍ଷର ଶିଶୁକୁ ଝୁଣି ମାରିଦେଲେ କୁକୁର । ଏମିତି ଏକ ଭୟଙ୍କର ଛାତିଥରା ଦୃଶ୍ୟ ସୁରଟରେ ଦେଖିବାକୁ ମିଳିଛି ।

ସୁରଟରେ ୨ ବର୍ଷର ଶିଶୁକନ୍ୟାକୁ କୁକୁର ପଲ ଆକ୍ରମଣକରି ଗୁରୁତର ଆହତ କରିଥିଲେ । ୩୦ରୁ ୪୦ ଥର କାମୁଡ଼ା କ୍ଷତ ଥିବା ଶିଶୁଟି ସୁରଟର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି । ଶିଶୁର ମାଆବାପା ଦିନ ମଜୁରିଆ । ସେମାନେ ଖଜୋହ ଅଂଚଳର ଡାଇମଣ୍ଡ ବୁର୍ସ ନିକଟ ଲେବର କଲୋନିରେ ରହୁଥିଲେ । ରବିବାର ସେମାନେ କାମକୁ ଯାଇଥିବାବେଳେ ଝିଅକୁ କୁକୁର କାମୁଡ଼ିଥିବା ଖବର ପାଇ ଘରକୁ ଫେରିଥିଲେ । ଝିଅକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ବହୁତ ଚେଷ୍ଟା କରିଥିବା ସତ୍ୱେ ଶିଶୁଟିର ଜୀବନ ବଂଚାଇପାରିନଥିଲେ ।

Advertisement

କୁକୁର ଶିଶୁର ମୁଣ୍ଡ, ହାତ, ଗୋଡ଼କୁ ୩୦ରୁ ୪୦ ଥର କାମୁଡ଼ିଥିଲେ । କେତେକ କ୍ଷତ ଅଧିକ ଗଭୀର ଥିଲା ବୋଲି ଡାକ୍ତର କହିଛନ୍ତି । ଅସ୍ତ୍ରୋପଚାର ପରେ ଶିଶୁଟିର ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେଇଥିଲେ ମଧ୍ୟ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି । ସୁରଟରେ ୨୦ ହଜାର କୁକୁର ଥିବାବେଳେ ଦୈନିକ ୩୦ଟିର ଷ୍ଟେରିଲାଇଜେଶନ କରାଯାଉଥବା ପୌର ନିଗମ ପକ୍ଷରୁ କୁହାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *