Pratidin TV

Odisha's Digital News Platform

ତାଲା ଭାଙ୍ଗି ଲୁଟ୍ ଉଦ୍ୟମ ଚଳାଇଥିଲେ ଦୁବୁର୍ତ୍ତ , ଭଡ଼ାରେ ରହୁଥିବା କଲେଜ୍ ଛାତ୍ରଙ୍କ ଯୋଗୁଁ ବିଫଳ ହେଲା ଉଦ୍ୟମ ..

1 min read

କେନ୍ଦୁଝର : ରାଜ୍ୟରେ ଦିନ-ଦ୍ୱିପହରରେ ମାତୁଛନ୍ତି ଲୁଟେରା । ନା ଅଛି ପୋଲିସର ଭୟ ନା ସିସିଟିଭିରେ ଧରା ପଡିବାର ଡର । ଘର ସାମ୍ନାରୁ ଆସି ଦିନ ଦ୍ୱିପହରରେ ଘଟାଉଛନ୍ତି ଏଭଳି କାଣ୍ଡ । ଯାହା ଆମ ହାତରେ ଲାଗିଥିବା ଏହି ସିସିଟିଭି ଫୁଟେଜ୍‌ରୁ ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବେ ଜଣାପଡିଛି ।

Advertisement

ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ଅନ୍ତର୍ଗତ ଦୁର୍ଗାଦେଇପୁର ବାଇପାସ ରାସ୍ତା କଡ଼ ରେ ଘର କରି ରହୁଥିବା ଶିକ୍ଷକ ଦମ୍ପତି ବିଶ୍ୱନାଥ ମହାନ୍ତି ଓ ଦୀପ୍ତି ସାହୁ ଗୁରୁବାର ବିଦ୍ୟାଳୟ କୁ ଯାଇଥିବା ବେଳେ । ଅପରାହ୍ନ ସମୟରେ ୨ ଜଣ ଦୁର୍ବୃତ୍ତ ଘର ମୁଖ୍ୟ ଗେଟର ତାଲା ଭାଙ୍ଗିଘରେ ପଶି ଲୁଟ କରିବାକୁ ଉଦ୍ୟମ କରୁଥିଲେ । ହେଲେ ଶିକ୍ଷକଙ୍କ ଭଡାଘରେ ରହୁଥିବା କଲେଜ ଛାତ୍ର ମାନେ ପାଟି ତୁଣ୍ଡ କରିବାରୁ ଚୋର ମାନେ ଏକ ବାଇକ ଯୋଗେ ଫେରାର ହୋଇ ଯାଇଥିଲେ।

ମୁଖ୍ୟ ଗେଟ ର ଚାବି ଭାଙ୍ଗୁଥିବାର ଦୃଶ୍ୟ ସି ସି ଟିଭି କ୍ୟାମେରା ରେ କୈଦ ହୋଇଥିବା ବେଳେ ସିସି ଟିଭି ଫୁଟେଜ ଆଧାର ରେ ଚୋର କୁ ଧରିବାରେ ପୋଲିସ ଖୁବ୍ ଶୀଘ୍ର ସଫଳ ହେବ ବୋଲି କୁହାଯାଉଛି। ସୂଚନା ଅନୁସାରେ ଏକ ମାସ ପୂର୍ବରୁ ସେହି ଶିକ୍ଷକ ଦମ୍ପତି ଙ୍କ ଘରୁ ଚୋର ମାନେ ସନ୍ଧ୍ୟା ସମୟରେ ତାଲା ଭାଙ୍ଗି ଚୋରି କରିଥିଲେ। ଏହାପରେ ଗତକାଲି ୨ୟଥର ଚୋର ମାନେ ପ୍ରୟାସ କରିଥିଲେ କିନ୍ତୁ ଛାତ୍ରମାନଙ୍କ ଯୋଗୁ ତାଙ୍କ ଉଦ୍ୟମ ପଣ୍ଡ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *