Pratidin TV

Odisha's Digital News Platform

ହସ୍ପିଟାଲରେ ବିଶାକ୍ତ ସାପକୁ ଛାଡି ଛୁ ମାରିଲା ରୋଗୀ ..


ଢେଙ୍କାନାଳ : ହସ୍ପିଟାଲରେ ବିଶାକ୍ତ ସାପ ଛାଡି ରୋଗୀ ମାରିଲା ଛୁ । ଏଭଳି ଏକ ଆଶ୍ଚର୍ଘ୍ୟ ଜନକ ଘଟଣା ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଘଟିଛି ।ହସ୍ପିଟାଲ ଓପିଡି ଆଗରେ ଏକପ୍ଲାଷ୍ଟିକ ଡବା ଭିତରେ ସାପଟିକୁ ଛାଡି ଜଣେ ରୋଗୀ ପଳାଇଥିବା ଜଣାପଡିଛି।ସୁଚନା ଅନୁସାରେ ଜଣେ ସାପ କାମୁଡା ମହିଳା ରୋଗୀ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିଲେ । ସାଥିରେ ସେ , କାମୁଡିଥିବା ସାପଟିକୁ ଏକ ପ୍ଲାଷ୍ଟିକ ଡବା ଭିତରେ ପୁରାଇ ନେଇ ଆସିଥିଲେ। କିନ୍ତୁ ଚିକିତ୍ସା ପାଇଁ ହସ୍ପିଟାଲ ଭିତରକୁ ଯାଇ ହଠାତ ମହିଳା ଜଣଙ୍କ କେଉଁଆଡେ ଗାୟବ ହୋଇ ଯାଇଥିଲେ। ବହୁ ସମୟ ଧରି ସେ ନଆସିବାରୁ,ଉକ୍ତ ସ୍ଥାନରେ ସାପକୁ ଦେଖିବାକୁ ଲୋକଙ୍କ ଭିଡ ଜମିଯାଇଥିଲା।

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ମହିଳା ଜଣଙ୍କ ହସ୍ପିଟାଲୁ ଏକ ଡବାରେ ସାପ ଧରି ଆସିଥିଲେ । ତେବେ ସାପଟି ବିଶାକ୍ତ ବାଉଁଶ ନଡିଆବୋଡା ପ୍ରଜାତିର ବୋଲି ଜଣାପଡିଛି। ପରେ ମେଡିକାଲ ପକ୍ଷରୁ ଢେଙ୍କାନାଳ ବନ୍ୟଜନ୍ତୁ ଓ ସର୍ପ ଉଦ୍ଧାରକାରୀ ଦଳକୁ ଖବର କରାଯାଇଥିଲା। ସାପଟିକୁ ଟିମର ସଦସ୍ୟ ମାନେ ପହଞ୍ଚି ଉଦ୍ଧାରକରି ନେଇ ମେଘା ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଛନ୍ତି। ତେବେ ସାପ କାମୁଡାର ଶିକାର ହୋଇଥିବା ମହିଳା କୁଆଡୁ ଆସିଥିଲେ ଏବଂ କେଉଁଆଡେ ଗଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *