Pratidin TV

Odisha's Digital News Platform

(ଭିଡିଓ)ଚର୍ଚ୍ଚାରେ କେନ୍ଦ୍ରାପଡାର କମଳା ମାଉସୀ : ‘ମନକି ବାତ୍‌’ ରେ ଏଭଳି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ..

1 min read

କେନ୍ଦ୍ରାପଡା : କିଛି ଦିନ ତଳେ ଆମେ ଆପଣମାନଙ୍କୁ ଏକ ଭିଡିଓ ଜରିଆରେ ଦେଖାଇଥିଲୁ ଯେ କିଭଳି କେନ୍ଦ୍ରାପଡାର ଜଣେ ୭୦ ବର୍ଷିୟ ମହିଳା ପରିବେଶକୁ ପରିଷ୍କାର ଓ ସ୍ୱଛ ରଖିବା ସହ ଅଳିଆ ଆବର୍ଜନାରୁ ଘରସଜ୍ଜା ସାମଗ୍ରୀ ତିଆରି କରି ଅନେକ ଲୋକଙ୍କୁ ଆତ୍ନନିର୍ଭରଶୀଳ କରାଇଛନ୍ତି । ଗୋଟେ ପଟେ ପରିବେଶକୁ ସ୍ୱଛ ରଖିବା ସହ ଅନ୍ୟପଟେ ଆଳିଆ ଅର୍ବଜନାକୁ ପୁନବିନିଯାଗ କରି ସେଥିରୁ ସୁନ୍ଦର ସୁନ୍ଦର ହାତ ତିଆରି ସାମଗ୍ରୀ ବିକ୍ରି କରିପାରିଛନ୍ତି । କେନ୍ଦ୍ରାପଡା ଭଳି ଛୋଟ ଜିଲ୍ଲାକୁ ଦେଶବିଦେଶରେ ଲୋକ ଜାଣିନଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ମନକି ବାତ୍ )ର ୨୫ ତମ କାର୍ଯ୍ୟକ୍ରମରେ ଆଜି ସେହି ୭୦ ବର୍ଷିୟ ମହିଳା ( କମଳା ମହାରଣା)ଙ୍କ ପ୍ରଶଂସା କରିଛନ୍ତି ।

ମୋଦୀ କମଳା ମାଉସୀଙ୍କ ପ୍ରଶଂସାରେ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଏବେ ରାଜ୍ୟ ବ୍ୟାପି ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି କମଳା ମାଉସୀ । କେବଳ ନିଜ କାମ ଓ ପରିବେଶପ୍ରତି ସଚେତନତା ହିଁ ତାଙ୍କୁ ଆଜି ଏବଳି ଜାଗାରେ ପହଞ୍ଚାଇଛି । କମଳାଙ୍କ ବିଶେଷତ୍ୱ ହେଲା ସେ ଯେକୌଣସି ଅଦରକାରୀ ଜିନିଷ ବା ଅଳିଆ ଆବର୍ଜନାକୁ ଗୋଟାଇ ସେଥିରେ ଘରସଜ୍ଜା ସାମଗ୍ରୀ ତିଆରି କରିପାରୁଛନ୍ତି । ଏବଂ ଏହି କାମରେ ସେ ଅନେକ ମହିଳାଙ୍କୁ ମଧ୍ୟ ନିଯୁକ୍ତି ଦେଇ ଆତ୍ମନିର୍ଭରଶୀଳ କରିପାରିଛନ୍ତି ।

Advertisement

ଖାଲି ଖାଲି ଏତିକି ନୁହେଁ, ଏହାସହ ସେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଟୋକେଇ ଓ ମୋବାଇଲ୍ ଷ୍ଟାଣ୍ଡ୍ ମଧ୍ୟ ତିଆରି କରୁଛନ୍ତି। ସାଧାରଣତଃ ନିଜ ଘରେ ବିଭିନ୍ନ ସାମଗ୍ରୀ ବ୍ୟବହାର କରିବା ପରେ ଲୋକେ ଫୋପାଡି ଦିଅନ୍ତି। ଏହା ପରିବେଶକୁ ଦୂଷିତ କରିଥାଏ। ଠିକ୍ ଏତିକିବେଳେ କମଳା ମାଉସୀ ଏହି ସବୁ ପଲିଥିନକୁ କାମରେ ଲଗାଇ ପରିବେଶକୁ ସୁରକ୍ଷା ରଖିବାରେ ଆଗେଇ ଆସିଛନ୍ତି। ଘରେ ବସି ବସି ସମୟ ନଷ୍ଟ କରିବା ଅପେକ୍ଷା କିଛି କରିବା ପାଇଁ ଚିନ୍ତା କରି ଅଦରକାରୀ ପଲିଥିନ୍କୁ ନେଇ ଏହି ଅଭିଯାନ ଆରମ୍ଭ କରିଛନ୍ତି କମଳା ମାଉସୀ ।

କମଳା ମାଉସୀ ପଲିଥିନରେ ଭିନ୍ନ ଭିନ୍ନ ଆକର୍ଷଣୀୟ ଚିନିଷ ତିଆରି କରିଥାନ୍ତି । ଯାହାକୁ ଦେଖିଲେ ଆମେମାନେ ଭାବିବା କି ଅଳିଆ ଆବର୍ଜନାରୁ ମଧ୍ୟ ଏତେ ସୁନ୍ଦର ଆଖିଦୃଶିୟା ଜିନିଷ ତିଆରି ହୋଇପାରୁଛି । ସେ ପେନଷ୍ଟଣ୍ଡ , ଡାଲା,ବିଛଣା,ପାପୋଚ୍ଛ,ବଡି ଓ ପମ୍ପଡ ଶୁଖାଇବା ପାଇଁ ଝାମ୍ପି ମଧ୍ୟ ନିର୍ମାଣ କରିଥାନ୍ତି । ଏଥିସହ ମନିପର୍ସ ଓ କାନ୍ଥରେ ଜିନିଷ ଟଙ୍ଗାଇବା ପାଇଁ ଝୁଲା ମଧ୍ୟ ସେ ନିର୍ମାଣ କରୁଛନ୍ତି । ତାଙ୍କ ଠାରୁ ପ୍ରେରଣା ପାଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ପଲିଥିନ୍ରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ଯାହାର ପ୍ରଶଂସା ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସାରା ଦେଶବାସୀଙ୍କ ଆଗରେ କରିଛନ୍ତି । କମଳା ମାଉସୀଦେଶ ପାଇଁ ଗୋଟେ ବଡ ପ୍ରେରଣା ବୋଲି ମଧ୍ୟ ମୋଦି କହିଛନ୍ତି । ସେ ଏସବୁ ସାମଗ୍ରୀକୁ ବିକ୍ରି କରି ନିଜର ଜୀବିକା ନିର୍ବାହ ସହ ଅନେକଙ୍କ ଆଶାବାଡି ବନିଛନ୍ତି । କମଳା ମାଉସୀଙ୍କ ପାଇଁ କେତେକ ମହିଳାମାନେ ମଧ୍ୟ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । କମଳାଙ୍କ ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛି ଉଦାହରଣ। ଏହା ତାଙ୍କ ପାଇଁ ସ୍ୱଚ୍ଛତା ସହ ରୋଜଗାରର ମାଧ୍ୟମ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *