Pratidin TV

Odisha's Digital News Platform

ଦିନ-ଦ୍ୱିପହରରେ ପୋଲିସକୁ ମାଡ : ଗାଡି ପାକିଂକୁ ନେଇ ଟ୍ରାଫିକ୍ କନଷ୍ଟେବଳଙ୍କୁ ଛେଚିଲେ BSF ଆସିଷ୍ଟାଂଟ କମାଣ୍ଡାଣ୍ଟ ..

1 min read

ଭୁବନେଶ୍ୱର : ଦ୍ୱିନ-ଦ୍ୱିପହରରେ ଦାଦଗିରି ଦେଖାଇଲେ ବିଏସଫ୍ ଯବାନ । ଗାଡି ପାକିଂକୁ ନେଇ ଖଣ୍ଡ ଯୁଦ୍ଧ । ଏଭଳି ଏକ ଦୃଶ୍ୟ ରାଜଧାନୀର ଭିଏସଏସ ନଗରରେ ଦେଖିବାକୁ ମିଳିଛି । ଭିଏସଏସ ନଗରରେ ଟ୍ରାଫିକ କନେଷ୍ଟବଳ ମନୋଜ ବେହେରାଙ୍କୁ ମାଡମାରି ଗୁରୁତର କରିପକାଇଛନ୍ତି ବିଏସଏଫ ଆସିଷ୍ଟାଂଟ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ୱାଳ ।

ସୂଚନାଯୋଗ୍ୟ ଯେ ରବିବାର ସଂଗ୍ରାମ ବିଶ୍ୱାଳ ରାସ୍ତା ଉପରେ ଗାଡି ରଖିଥିଲେ । ତାଙ୍କୁ ଗାଡି ହଟାଇବାକୁ ଟ୍ରାଫିକ୍ କନେଷ୍ଟବଳ ମନୋଜ ବେହେରା କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତାପରେ ସଂଗ୍ରାମ, ମନୋଜଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତାସହ ଏସବୁ ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରିବୁଲୁଛି ।
ମିଳିଥିବା ସୂଚାନ ଅନୁଯାୟୀ କନେଷ୍ଟବଳ ମନୋଜଙ୍କୁ ଗୁରୁତର ଅବସ୍ଥାରେ କୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଅନ୍ୟପଟେ ଆସିଷ୍ଟାଂଟ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ୱାଳଙ୍କୁ ଅଭିଯୋଗ ପରେ ସହୀଦ ନଗର ପୋଲିସ ଅଟକ ରଖି ପଚରାଉଚୁରା କରୁଛି । ତେବେ ଦେଶର ଜଣେ ଯବାନ ପୋଲିସକୁ ମାଡ ମାରିବା ନେଇ ଚାରିଆଡେ ଆଲୋଚନା ଜୋର ଧରିଛି ।

Advertisement

Leave a Reply

Your email address will not be published. Required fields are marked *