(ଭିଡିଓ)ପୁଣି ଥରେ ବିବାହ କଲେ ବିଜେଡି ବିଧାୟକ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର , ଜାଣନ୍ତୁ ଧରିଲେ କାହା ହାତ..
1 min readଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧିହେଲେ ବିଜେଡି ବିଧାୟକ ତଥା ପୂର୍ବତନ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ପ୍ରିୟଙ୍କା ଅଗସ୍ତିଙ୍କୁ କଲେ ଦ୍ୱିତୀୟ ବିବାହ ।
ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଆଜି ବିବାହ କରିଛନ୍ତି । ପୂର୍ବାହ୍ନରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଥିବା ବେଳେ ସନ୍ଧ୍ୟାରେ ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ହାତ ଧରିଛନ୍ତି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର । ଉଭୟ ପକ୍ଷର ସମ୍ପର୍କୀୟଙ୍କ ଉପସ୍ଥିତିରେ ପିିପିଲର ହୋଟେଲ ଆଭେଞ୍ଚରରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ବିବାହ ଉତ୍ସବରେ ପରିବାର ଓ ନିକଟ ସମ୍ପର୍କୀୟଙ୍କୁ ମିଶାଇ କେତେକ ହାତ ଗଣତି ଲୋକ ସାମିଲ ହୋଇଛନ୍ତି।
ମିଳିଥିବା ସୂଚନ। ଅନୁଯାୟୀ ତାଙ୍କର ଏକ ପୁତ୍ର ସନ୍ତାନ ବର୍ତ୍ତମାନ ଦୁବାଇରେ ତାଙ୍କ ପ୍ରଥମ ସ୍ତ୍ରୀ ପାଖରେ ରହି ପାଠ ପଢୁଛି। ଏହା ଉଭୟ କ୍ୟାପଟେନ ମିଶ୍ର ଓ ତାଙ୍କ ନୂତନ ପତ୍ନୀ ପ୍ରୀୟଙ୍କାଙ୍କ ଦୁତିୟ ବିଭାହ ଓ ଉଭୟଙ୍କ ପୂର୍ବରୁ ଛାଡପତ୍ର ହୋଇସାରିଛି। ପୂର୍ବରୁ ମମିତା ମେହେର ଘଟଣାକୁ ନେଇ ଚର୍ଚ୍ଚାରେ ଥିଲେ କ୍ୟାପଟେନ ମିଶ୍ର।