ଓଡିଶାର ଏହି ୩ଟି ଜିଲ୍ଲାରେ ରହିଛି ସୁନା ଖଣି : ବିଧାନ ସଭାରେ ଉତ୍ତର ରଖିଲେ ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକ୍..
1 min readଭୁବନେଶ୍ୱର : ରାଜ୍ୟରେ ମାଟିତଳେ ଗଛିତ ଅଛି ସୁନାପଥର । ସୋମବାର ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ଆଜି ଗୃହରେ ବିଧାୟକ ସୁଧୀର ସାମଲଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏଭଳି ଖୁଲାସା କରିଛନ୍ତି ।
ଓଡିଶାର ଯଦି କୌଣସି ଜାଗାରେ ସୁନା ଖନିର ସନ୍ଧାନ ମିଳିଛି କି ! ଯଦି ମିଳିଛି ତେବେ ତାର ସବିଶେଷ ବିବରଣୀ ଗୃହରେ ପ୍ରଦାନ କରନ୍ତୁ ବୋଲି ଆଜି ବିଧାନସଭାରେ ଖଣି ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ବିଧାୟକ ସୁଧୀର ସାମଲ । ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଥିଲେ ଯେ ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ଭାରତୀୟ ସର୍ବେକ୍ଷଣ ସଂସ୍ଥା (ଏଝଓ) ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ରାଜ୍ୟର ୩ଟି ଜିଲ୍ଲାରେ ମାଟି ତଳେ ସୁନା ପଥର ଗଚ୍ଛିତ ରହିଥିବା ଜଣାପଡ଼ିଛି। ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ରହିଛି ବୋଲି ଜଣାପଡିଛି ।
ସେ ଆଉ ମଧ୍ୟ କହିଥିଲେ ଯେ ଦେବଗଡ ଜିଲ୍ଲାର ଆଡସ , କେନ୍ଦୁଝର ଜିଲ୍ଲାର ଗୋପପୁର ,ଗାଜିପୁର, ଉସବେଳା, ଅଡାଳ. ତେଲକୋଇ,ସଢେଇକଳା,ତିମିରିଗୁଣ୍ଡା,କରଡଙ୍ଗା ଏବଂ ମୟୁରଭଞ୍ଜ ଜିଲ୍ଲାର ଯଶୀପୁର ,ସୁରିଆଗଡା, ଗୁଆଁସି ,ଇଡେଇକୁଡା , ମାରେଇଡିହି ,ସୁଲେଇକଟର ଏବଂ ବାଦାମପାହାଡ ଅଞ୍ଚଳରେ ସୁନା ପଥର ଥିବା ସର୍ଭେରୁ ଜଣାପଡିଛି ।