Pratidin TV

Odisha's Digital News Platform

(ଭିଡିଓ)‘ପିଣ୍ଟୁକୁ ସବୁବେଳେ ମୁଁ ଗାଳି କରିଛି , ବୁଝେଇଛି ହେଲେ ସେ ବୁଝିଲାନି’ – ଅଭିନେତା ସିର୍ଦ୍ଧାନ୍ତ ମହାପାତ୍ର..

1 min read

ଭୁବନେଶ୍ୱର : ସବୁବେଳେ ହସଖୁସି ମଜାରେ ବିନନ୍ଦାସ ବଞ୍ଚୁଥିବା ପିଣ୍ଟୁର ଏଭଳି ଅବସ୍ଥା ବହୁ କଷ୍ଟଦାୟକ । ତାକୁ ଏମିତି ପରିସ୍ଥିତିରେ ଦେଖିବା ମୋ ପକ୍ଷେ ସମ୍ବବ ନୁହେଁ । ଯେଉଁ ଲାଇଫ୍ ଷ୍ଟାଇଲକୁ ଆମେ ଇଂରାଜୀ ଫ୍ୟାଶନ କହି ବଞ୍ଚୁଛେ ସେଟା ଆମ ଜୀବନ ଶୈଳୀ ନୁହେଁ । କେଉଁଠି ନା କେଉଁଠି ଆଜି ପିଣ୍ଟୁର ଯେଉଁ ଅବସ୍ଥା ସେ ନିଜେ ଆଉ ତା ଜୀବନ ଶୈଳିହିଁ ଏଥିପାଇଁ ଦାୟୀ । ଛୋଟ ଭାଇ ଭଳି ବୁଝାଇଛି , ଗାଳିବି ସବୁଠୁ ବେଶୀ ମୁଁ କରିଛି ।

ଆପଣ ସିନା ଦୁନିଆ ଛାଡି ହଠାତ୍ ଏମିତି ଚାଲିଯିବେ , କିନ୍ତୁ ଯିଏ ବଞ୍ଚିରହିଲା ତୁମ ପରେ ସେ କଣ କରିବ । କେମିତି ବଞ୍ଚିବା ତୁମ ଯିବା ପରେ ତୁମ ପରିବାର କେମିତି ଚଳିବେ, କେମିତି ଦିନ କାଟିବେ ଏସବୁକୁ ଭାବି ଆମକୁ ଆମ ଲାଇଫ୍ ଷ୍ଟାଇଲ କୁ ପରିବର୍ତ୍ତନ କରିବାକୁ ପଡିବ ସେମାନଙ୍କ ପାଇଁ ଯେଉଁମାନେ ଆମକୁ ଖୁବ୍ ଭଲପାଆନ୍ତି । କେବଳ ଡ୍ରିଙ୍କ୍‌୍‌ସ କରିବାକୁ ହାଇପ୍ରୋଫାଇଲ କୁହାଯାଏନି ଏସବୁ ଭୁଲ୍ ଧାରଣା ଆମକୁ ଏସବୁ ବଦଳାଇବାକୁ ପଡିବ ବୋଲି ହଜାର ହଜାର ରାଜ୍ୟବାସୀଙ୍କୁ ଆମ ଚ୍ୟାନେଲ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ଅଭିନେତା ସିର୍ଦ୍ଧାନ୍ତ ମହାପାତ୍ର ।

Advertisement

Leave a Reply

Your email address will not be published. Required fields are marked *