Pratidin TV

Odisha's Digital News Platform

ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଜଳିଗଲା କାର୍ , ୩ ଗୁରୁତର


ପୁରୀ : ଜଗା ଦର୍ଶନ ପାଇଁ ଆସୁଥିଲେ ପରିବାର । ଲାଗିଲାନି ଡୋରୀ ବାଟରେ ଘଟିଗଲା ଏଭଳି ଛାତିଥରା ଦୁର୍ଘଟଣା । ମନରେ ଥିଲା ଅନେକ ଆଶା ଅସୁମାରୀ ଜଗାକୁ ଦର୍ଶନ କରିବେ ଦୁଃଖ ସୁଖ ଜଣାଇବେ ଅଭଡା ଖାଇବେ । କିନ୍ତୁ ସବୁ ସ୍ୱପ୍ନ ତାଙ୍କର ସ୍ୱପ୍ନରେ ରହିଗଲା । ବାଟରେ ଆସୁଥିବା ସମୟରେ ବିଦ୍ୟୁତ୍ ଖୁଣ୍ଟରେ ପିଟିହୋଇ ଜଳିଗଲା କାର୍ ।
ଜାତୀୟ ରାଜପଥ ବୀର ଗୋବିନ୍ଦ ପୁର ନିକଟରେ ବିଦ୍ୟୁତ ଖୁଣ୍ଟରେ ଏକ କାର ପିଟି ହୋଇ କାର୍‌ଟି ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି । ଯେଉଁଥିରେ ୩ ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗ କୋଲକାତାର ସୋପନ ସରକାର (୩୯) ସୋମାରାୟ ସରକାର (୩୯) ଓ ପ୍ରସନଜିତ ରାୟ (୪୩) କାର ଯୋଗେ ପୁରୀ ଆସୁଥିବା ବେଳେ ଭାରସାମ୍ୟ ହରାଇ କାର କୁ ନେଇ ବିରଗୋବିନ୍ଦପୁରର ଏକ ପେଟ୍ରୋଲ ପମ୍ପ ନିକଟରେ ବିଦ୍ୟୁତ ଖୁଣ୍ଟରେ କାରକୁ ନେଇ ଧକ୍କା ଦେଇଥିଲେ । କାର ଟି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିବାକୁ ଲାଗିଥିଲା । ଏହି ସମୟରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଉକ୍ତ ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । କାର ଟି ସମ୍ପୂର୍ଣ୍ଣ ଯଲିଯାଇଥିଲା । ଗୁରୁତର ମାନେ ସିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଘଟଣା ସ୍ଥଳରେ ହାଇୱେ ପେଟ୍ରୋଲିଂରେ ଥିବା ଏସ ପି ଓ ଗଗନ ବିହାରୀ ସ୍ୱାଇଁ ଓ ଅନ୍ୟ କର୍ମଚାରୀ ମାନେ ପହଂଚି ତଦନ୍ତ ଆରମ୍ଭ କରିବା ସହ ସତ୍ୟବାଦୀ ଥାନାକୁ ଅବଗତ କରାଇଥିଲେ ।

Leave a Reply

Your email address will not be published. Required fields are marked *