Pratidin TV

Odisha's Digital News Platform

ସାବଧାନ ! ମୋବାଇଲ ନଷ୍ଟ କରୁଛି ପିଲାଙ୍କ କିଶୋର ବୟସକୁ : ୟୁଟ୍ୟୁବ୍ ଦେଖି ଏଭଳି ଜଘନ୍ୟ ଅପରାଧ ଘଟାଇଲେ ନାବାଳିକା

ନାଗପୁର : ୟୁଟ୍ୟୁବ ଦେଖି ସନ୍ତାନ ପ୍ରସବ କଲେ ନାବାଳିକା । ହତ୍ୟା ପରେ ବକ୍ସରେ ଲୁଚାଇଲେ ମୃତ ଦେହ । ମହାରାଷ୍ଟ୍ରର ନାଗପୁର ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ ବର୍ଷର ନାବାଳିକା ୟୁଟ୍ୟୁବ ଦେଖି ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି ଏବଂ ପରେ ତାଙ୍କୁ ହତ୍ୟା କରି ଏକ ବାକ୍ସରେ ବନ୍ଦ କରି ଦେଇଛନ୍ତି । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ନାଗପୁରର ଅମ୍ବାଜହରୀ ଅଂଚଳର ଝିଅଟି ସୋସିଆଲ ମିଡିଆ ଜରିଆରେ ଜଣେ ଯୁବକଙ୍କୁ ଭେଟିଥିଲେ । ଦୁହିଁଙ୍କ ମଧ୍ୟରେ ଏକ ପରିଚୟ ହୋଇଥିଲା । ଯୁବକ ଜଣକ ନାବାଳିକାଙ୍କୁ ଯୌନ ଶୋଷଣ କରିଥିଲେ । ପରେ ଝିଅଟି ଗର୍ଭବତୀ ହୋଇଥିଲେ । ସେ ନିଜ ମା’ଙ୍କୁ କେବଳ ଅସୁସ୍ଥତା ଥିବା ଜଣାଇ ନିଜ ଗର୍ଭଧାରଣ ଖବରକୁ ଲୁଚାଇ ରଖିଥିଲେ । କାହାକୁ ନ ଜଣାଇବା ପାଇଁ ସେ ୟୁଟ୍ୟୁବରେ ଭିଡିଓ ଦେଖିବା ଆରମ୍ଭ କଲେ । ମାର୍ଚ୍ଚ ୨ରେ, ଭିଡିଓ ଦେଖି ସେ ଘରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଏବଂ ସଙ୍ଗେ ସଙ୍ଗେ ନବଜାତ ଶିଶୁଟିର ଗଳା ଚିପି ହତ୍ୟା କରିଥିଲେ । ସେ ମୃତଦେହକୁ ନିଜ ଘରେ ଥିବା ଏକ ବାକ୍ସରେ ଲୁଚାଇ ରଖିଥିଲେ ।

ପୋଲିସର ସୂଚନାନୁସାରେ, ଝିଅଟିର ମା’ ଘରେ ପହଂଚିବା ପରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବଝିଥିଲେ । ପରେ ଝିଅଟି ସବୁକଥା ଖୋଲି କହିଥିଲେ । ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ନବଜାତ ଶିଶୁର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ହତ୍ୟା ମାମଲା ରୁଜୁ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *