Pratidin TV

Odisha's Digital News Platform

ବିବାହର ୧୨ ଦିନରେ ଜଳିଲା ନବ-ବିବାହିତାର ଜୁଇ , ପରିବାର ଆଣିଲା ସଙ୍ଗୀନ ଅଭିଯୋଗ ..

1 min read

କଟକ : ମାତ୍ର ୧୯ ବର୍ଷ ବୟସରେ ଆସିଥିଲେ ସଂସାରର ରଙ୍ଗୀନ ସୁଖ ଦୁଃଖ ସ୍ୱପ୍ନ ନେଇ । ହେଲେ ସବୁ ସ୍ୱପ୍ନ , ସବୁ ଆକାକ୍ଷାଂ ସବୁ ଇଛା ତାଙ୍କର ଅଧାରେ ରହିଗଲା । ୧୨ ଦିନରେ ଭାଙ୍ଗି ଚୁରମାର ହୋଇଗଲା ସ୍ୱପ୍ନ । ହାତରୁ ଲିଭିନଥିଲା ମେହେନ୍ଦୀ , ଯେଉଁ ଘରକୁ ଆସିଥିଲେ ସବାରୀରେ ବସି ଆଜି ସେଉଠୁ ଉଠିଲା କୋକେଇ । ସଂସାର ଗଢ଼ିବା ଆଗରୁ ଯୌତୁକ ପାଇଁ ଶାଶୂ ଘର ଲୋକେ ନବବଧୂକୁ ମାରି ଦେଇଥିବା ଭଳି ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ ହୋଇଛି । କଟକ ନରସିଂହପୁର ନିମସାହିରେ ।

ଵିଵାହର ୧୨ଦିନ ପୁରି ସକାଳ ପାହିଲେ ୧୩ଦିନ ହୋଇଥାନ୍ତା । ହେଲେ ପାରିବାରିକ ସମସ୍ୟା ଓ ମାନସିକ ନିର୍ଯ୍ୟତନା ସମ୍ଭାଳିନ ପାରିବାରୁ ବୋହୁକୁ ଶାଶୁଘର ଲୋକେ ମାରିଦେଇ ଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତ୍ରିରେ ଏହିଭଳି କାଣ୍ଡ ଘଟାଇଛନ୍ତି ବୋହୁର ଶଶୁର, ଶାଶୁ, ନଣନ୍ଦ ଓ ନଣ ଦେଇ ବୋଲି ,ଝିଅର ପରିବାର ଲୋକେ ନରସିଂହ ପୁର ଥାନାରେ ଅଭିଯୋଗ କରିଛନ୍ତି ।

Advertisement

ଅଭିଯୋଗ ମୁତାବକ ତିଗିରିଆ ଥାନା ଅଧିନ କରଡା ପଲ୍ଲୀଗ୍ରାମର ରୂପାଲି ନାଏକ ଙ୍କର ଝିଅ ମିନାକ୍ଷୀ ନାଏକ (ମାତ୍ର୧୯ବର୍ଷ) ବୟସରେ ନରସିଂହ ପୁର ଥାନା ଅଧିନ ନିମସାହି ଗ୍ରାମର ବାପିନା ଏକଙ୍କୁ ବୈଦିକ ରୀତିନୀତିରେ ମାତ୍ର ୧୨ଦିନ ହେବ ବିବାହ କରିଥିଲେ । ତେବେ ଗତକାଲି ବିଳମ୍ବିତ ରାତ୍ରିରେ ମାନସିକ ନିର୍ଯ୍ୟତନା ଦେଇ ବୋହୁକୁ ସ୍ୱାମୀ ବାପିନା ଏକ, ଶଶୁର ଲୋକନାଥ ନାଏକ, ଶାଶୁ ସାବିତ୍ରୀ ନାଏକ ଓ ନଣନ୍ଦ ସୁନିତା ନାଏକ, ନଣନ୍ଦେଇ କୁନା ନାଏକ ପ୍ରମୁଖ ମିଶି ବୋହୁକୁ ମାରିଥିବା ମିନାକ୍ଷସିଙ୍କର ମା ରୂପାଲି ନାଏକ ଅଭିଯୋଗ ଆଣିଛନ୍ତି ।

ନରସିଂହପୁର ଥାନାରେ ଅଭିଯୋଗ ପରେ ନରସିଂହ ପୁର ଥାନା ଅଧିକାରୀ ଅଭୟ ବେହେରାଙ୍କର ନିର୍ଦ୍ଦେଶରେ ଏକ ଟିମ ନିମ ସାହିରେ ପହଂଚି ଅଧିକ ତଦନ୍ତ ଆରମ୍ଭ କରିବା ସହ ସ୍ୱାମୀଙ୍କ ସମେତ ଶଶୁର, ଶାଶୁ, ନଣନ୍ଦେଇଙ୍କୁ ନରସିଂହପୁର ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି।

Leave a Reply

Your email address will not be published. Required fields are marked *