ହୋଲିରେ ରଖିଲେ ବମ୍ପର ଅଫର : ଗୋଟିଏ ମୋବାଇଲ କିଣିଲେ ୨ ଟି ବିୟର ଫ୍ରି , ତାପରେ ..
1 min readଉତ୍ତରପ୍ରଦେଶ : ହୋଲିରେ ଦେଉଥିଲେ ବମ୍ଫର ଅଫର । ଗୋଟିଏ ମୋବାଇଲ କିଣିଲେ ୨ଟା ବିୟର ଫ୍ରି । ଗୋଟିଏ ମୋବାଇଲ୍ରେ ଦୁଇଟି ବିୟର ଅଫର ଦେଇ ଗିରଫ ହୋଇଛନ୍ତିି ଦୋକାନୀ । ଉତରପ୍ରଦେଶର ଭଦୋହୀରେ ଘଟିଛି ଏହି ଘଟଣା । ହୋଲି ଅବସରରେ ଜଣେ ଦୋକାନୀ ମୋବାଇଲ୍ କିଣିଲେ ଦୁଇଟି ବିୟର ମାଗଣାରେ ଦେବାର ଅଫର ଦେଇ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ।
ଏନେଇ ଖବର ମିଳିବା ପରେ ପୋଲିସ ଘଟଣାର ତଦନ୍ତ କରିବାପରେ ଅଭିଯୁକ୍ତ ଦୋକାନୀକୁ ଗିରଫ କରିଛି । ରେବଡା ପାରସପୁର ନିକଟରେ ଅବସ୍ଥିତ ଜଣେ ମୋବାଇଲ୍ ଦୋକାନୀ ଏଭଳି କରିଥିବା ଜଣାପଡ଼ିଛି । ମୋବାଇଲ୍ ଦୋକାନୀ ଅଧିକ ଫୋନ ବିକ୍ରି କରିବା ଆଶାରେ ଏହି ବିଜ୍ଞାପନ ଦେଇଥିଲେ । ତାଙ୍କ ଦୋକାନରୁ ଆଣ୍ଡ୍ରଏଡ୍ ମୋବାଇଲ୍ କିଣିଲେ ଦୁଇ ବୋତଲ ବିୟର ମାଗଣାରେ ଦିଆଯିବ ।
ମୋବାଇଲ୍ ସହିତ ବିୟରର ଫଟୋ ଉଠାଇ ଦୋକାନୀ ଏହାକୁ ଭାଇରାଲ କରିଥିଲେ । ଦୋକାନୀ ଏହାକୁ ହୋଲି ବମ୍ପର ଧମକା ନାମରେ ନାମିତ କରିଥିଲେ । ଯାହା ଫଳରେ ଘଟଣାଟି ପୋଲିସ ପାଖରେ ଯାଇ ପହଂଚିଥିଲା । ଏହା ପରେ ପୋଲିସ ପଚରାଉଚରା କରିବାପରେ ଦୋକାନୀ ରାଜେଶ ମୌର୍ଯ୍ୟଙ୍କୁ ଗିରଫ କରିଥିବା ଜଣାପଡିଛି ।