Pratidin TV

Odisha's Digital News Platform

(ଭିଡିଓ) କୋଚିଂ ସାରି ଘରକୁ ଫେରୁଥିଲେ ଛାତ୍ରୀ, ଧକ୍କା ଦେଇ ସାଇକେଲ ଉପରେ ଚଢିଲା ଟ୍ରାକ୍ଟର ..

1 min read

ବାରିପଦା : ସାଇକେଲ ଆରୋହି କୁ ଦ୍ରୁତଗାମୀ ଟ୍ରାକ୍ଟର ଆସି ଧକ୍କା ଦେଲା କିନ୍ତୁ କଥାରେ ଅଛି ରଖେ ହରି ତୋ ମାରେ କିଏ। ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ବୈଶିଙ୍ଗା-ମାଣତ୍ରୀ ଏମଡିଆର-୭୦ ରାସ୍ତାର ଉଲଡିହ ଛକ ନିକଟରେ ସୋମବାର ଏକ ମର୍ମଦୁତ ସଡକ ଦୁର୍ଘଟଣା ଘଟିଯାଇଛି। ଉକ୍ତ ଦୁର୍ଘଟଣାରେ ଟ୍ରାକ୍ଟରଟି ସାଇକେଲ ଉପରେ ଚଢ଼ିଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ଛାତ୍ରୀ ଏବଂ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଡ୍ରେନ ଭିତରକୁ ଟ୍ରାକ୍ଟର ପଶିଯାଇଥିଲା।

Advertisement

ଘଟଣାରୁ ପ୍ରକାଶ ଯେ ପଦ୍ମପୁର ଗ୍ରାମର ଶରତଚନ୍ଦ୍ର ରାଉତଙ୍କ କନ୍ୟା ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ସକାଳ ସମୟରେ କୋଚିଂ ସାରି ଏକ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ସେହି ସମୟରେ ଅପରପାର୍ଶ୍ୱରୁ ଦୃତଗତିରେ ଆସୁଥିବା ଏକ ଟ୍ରାକଟରଟି ସାଇକେଲରେ ଯାଉଥିବା ଛାତ୍ରୀକୁ ଧକ୍କା ଦେବା ସହ ସାଇକେଲ ଉପରେ ଚଢ଼ିଯାଇଥିଲା। ମାତ୍ର ଧକ୍କା ଦେବା ଫଳରେ ଛାତ୍ରୀ ଜଣକ ରାସ୍ତାପାର୍ଶ୍ୱକୁ ଛିଟିକି ପଡିଥିଲା ଏବଂ ସାମାନ୍ୟ ଆହତ ହେବା ସହ ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲା।

ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକଟରଟିକୁ ଉଦ୍ଧାର କରି ଜବତ୍ କରିବା ସହ ଟ୍ରାକଟର ଡ୍ରାଇଭର ଗୁରୁବା ସିଂଙ୍କୁ ଥାନାକୁ ନେଇଆସିଥିଲେ ଏବଂ ଏହା ନେଇ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *