Pratidin TV

Odisha's Digital News Platform

ତୃତୀୟଥର ଚୀନର ରାଷ୍ଟ୍ରପତି ହେଲେ ସି ଜିନପିଙ୍ଗ୍

1 min read

ନୂଆଦିଲ୍ଲୀ : କମ୍ୟୁନିଷ୍ଟ ପାର୍ଟିର ଚାରି ଦଶନ୍ଧିର ପୁରୁଣା ନିୟମ ଭାଙ୍ଗିଲା ଚୀନ । ତୃତୀୟଥର ପାଇଁ ଚୀନରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସି ଜିନପିଙ୍ଗ୍ । ୧୪ତମ ନ୍ୟାସନାଲ ପିପୁଲ୍ସ କଂଗ୍ରେସର ବୈଠକରେ ସର୍ବସମ୍ମତି କ୍ରମେ ଚୀନର ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ସୈନ୍ୟ ଆୟୋଗର ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି ।

ତୃତୀୟ ପଞ୍ଚବର୍ଷୀୟ କାର୍ଯ୍ୟକାଳକୁ ୧୦ ମାର୍ଚ୍ଚ ୨୦୨୩ ଯାଏଁ ଦିଆଯାଇଥିଲା । ତେବେ ସି ଜିନପିଙ୍ଗ୍ ବର୍ତ୍ତମାନ ଚାଇନାର ସବୁଠାରୁ ଲମ୍ବା ଶାସନ କରୁଥିବା ରାଷ୍ଟ୍ରପତି ହେବେ । ୧୯୮୨ ମସିହାରୁ ଚୀନର ରାଷ୍ଟ୍ରପତି ପଦର କାର୍ଯ୍ୟକାଳ ୧୦ ବର୍ଷ ରହିଥିଲା । ଜିନପିଙ୍ଗ୍‌୍ ଏହି ପଦରେ ତୃତୀୟ ଥର ନିର୍ବାଚିତ ହେବାପରେ ଭାଙ୍ଗିଛି ଏହି ରେକର୍ଡ ।
ଆଗକୁ ଆହୁରୀ ୫ ବର୍ଷ ସେ ଏହି ଦାୟିତ୍ୱ ସମ୍ଭାଳିବେ ।

Advertisement

Leave a Reply

Your email address will not be published. Required fields are marked *