Pratidin TV

Odisha's Digital News Platform

ବିବାହର ଖୁସି ପାଲଟିଲା ଶୋକଶଭା : ୨୦ ମହଲାରୁ ଖସି ଆଖି ବୁଜିଲେ OYO ମାଲିକଙ୍କ ବାପା …

1 min read

ନୂଆଦିଲ୍ଲୀ : ଖୁସିର ମାହୋଲରେ ଖେଳିଗଲା ଦୁଃଖର ବାଦଲ । ବିବାହକୁ ପୁରିନି ୫ ଦିନ ହାତ ଛାଡି ଚାଲିଗଲେ ବାପା । ମାର୍ଚ୍ଚ ମାସ ୭ ତାରିଖରେ OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ ୨୯ ବର୍ଷିୟ ଗୀତାଶାଂ ସୁଦଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦିଲ୍ଲୀର ଏକ ଫାଇଭଷ୍ଟାର ହୋଟେଲରେ ମଧ୍ୟ ପୁରା ପରିବାର ଏକ ଗ୍ରାଣ୍ଡ ପାର୍ଟି ଦେଇଥିଲା । ଯେଉଁଥିରେ ବନ୍ଧୁବର୍ଗଙ୍କ ସହ ସାଙ୍ଗସାଥି ଏବଂ ବିଜନେସ ସହକମ୍ରୀ ଇତ୍ୟାଦି ଯୋଗଦେଇଥିଲେ ।

ବିବାହକୁ ନେଇ ରିତେଶଙ୍କ ଘରେ ହସଖୁସିର ମାହୋଲ ଚାଲିଥିବା ବେଳେ ହଠାତ୍ ତାଙ୍କ ପରିବାରର ପାଦତଳୁ ମାଟିଖସିଯିବା ଭଳି ଖବର ସାମ୍ନାକୁ ଆସିଥିଲା । ରିତେଶଙ୍କୁ ହାତଧରି ଚାଲିବା ଶିଖେଇବାଠୁ ଆରମ୍ଭ କରି କିଭଳି କଠିନ ପରିସ୍ଥିତିରେ ଲଢାଯାଏ ତାହାଶିଖାଇଥିବା ମଣିଷ ଗତକାଲି ରିତେଶଙ୍କ ସହ ତାଙ୍କ ପରିବାରର ହାତଛାଡି ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛି । ଅର୍ଥାତ୍ ରିତେଶଙ୍କ ବାପା ସମେଶ ଅଗ୍ରୱାଲଙ୍କ ମୃତ୍ୟୁ ଘଟିଛି ।

Advertisement

ଗୋଟେ ପଟେ ରିତେଶଙ୍କ ମୁଣ୍ଡରୁ ବାପାଙ୍କ ହାତ ଉଠିଯାଇଥିବାବେଳେ , ଏଭଳି ପରିସ୍ଥିତିରେ ରିତେଶଙ୍କୁ ନଭଙ୍ଗିବାକୁ ସାହସ ଦେଇଛନ୍ତି ପତ୍ନୀ । ବାପାଙ୍କ ଅପୂରଣୀୟ କ୍ଷତି ସିନା ପୂରଣ କରିପାରିବେନି ପତ୍ନୀ କିନ୍ତୁ ସୁଖଦୁଃଖର ସାଥି ହୋଇ ରିତେଶଙ୍କୁ ସତକୁ ସାମ୍ନା କରେଇବା ସହ ପରିସ୍ଥିତି ସହ ଲଢିବାକୁ ହିମତ ଦେଇଛନ୍ତି ପତ୍ନୀ ଗୀତାଶାଂ ।

ପୋଲିସ ସୂଚାନ ଅନୁଯାୟୀ ରିତେଶଙ୍କ ବାପା ରମେଶ ଅଗ୍ରୱାଲ ୨୦ ମହଲା ଛାତରୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ହରିୟାଣା ଗୁରୁଗ୍ରାମର ସେକ୍ଟର ୫୪ରେ ଏହି ଅଘଟଣ ଘଟିଛି । ଦିନ ଗୋଟାଏ ବେଳେ ଏହି ଅଘଟଣ ଘଟିଥିବା ବେଳେ ପୋଲିସ ଏନେଇ ପଚରାଉଚରା ଜାରି ରଖିଛି ।

ପୋଲିସ ଗଣମାଧ୍ୟମକୁ ସୂଚନା ଦେଇ ଆହୁରି କହିଛି ଯେ, ରମେଶ ଛାତରୁ ପଡ଼ିଯିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ରମେଶ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ପୋଲିସ ଏନେଇ ତଦନ୍ତ ଜାରି ରଖିଥିବା କହିଥିବା ବେଳେ ରମେଶଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *